ସାମନା କୁ ଆସିଲ। କଂଗ୍ରେସ ର ବିକ।ଶ ବିରୋଧି ନିତି ଓ ଗୋଷ୍ଠୀ କନ୍ଦଳ
ସାମ୍ନା କୁ ଆସିଲା କଂଗ୍ରେସ ର ବିକାଶ ବିରୋଧି ନିତି । କୋଷାଗୁମୁଡା ସରପଞ୍ଚ ଡାଳିମ୍ବ ମାଝୀ ଙ୍କ ବିକାଶ ପ୍ରୟାସ କୁ ବିରୋଧ କରୁଛି କଂଗ୍ରେସ ।
କୋଷା ଗୁମୁଡା କଂଗ୍ରେସ ରେ ଗୋଷ୍ଠି କନ୍ଦଳ
ସମିତି କୋଷାଗୁମୁଡ।
ନବରଙ୍ଗପୁର ୧୯/୧୦/୨୫ କୋଷାଗୁମୁତା ସରପଞ୍ଚ ଡାଳିମ୍ବ ମାଝୀ ଙ୍କ ନେତୃତ୍ୱ ରେ ଦିନକୁ ଦିନ ବଦଳୁଛି କୋଷାଗୁମୁଡା ସଦର ମହକୁମା ର ଦୃଶ୍ୟା କୋଷାଗୁମୁଡା ପଂଚାୟତ ଅନ୍ତର୍ଗତ ସମସ୍ତ ୱାର୍ଡ ରେ ସରପଞ୍ଚ ଡାଳିମ୍ବ ମାଝୀଙ୍କ କଠିନ ପରିଶ୍ରମ ରେ ଚାଲିଛି ଜୋରଦାର ବିକାଶ କାର୍ଯ୍ୟ । ଏହି କାର୍ଯ୍ୟ ଦେଖୁ ସରପଞ୍ଚ ଙ୍କ ଲକପ୍ରିୟତା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି। ଲୋକଙ୍କ ସମସ୍ୟା ର ତୁରନ୍ତ ପଦକ୍ଷେପ ନେଇ ସମାଧାନ କରାଯାଉଛି । ରାସ୍ତା ଘାଟ ଡ୍ରେନ ହେଉ କି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ସାମିଲ ହେଉଛନ୍ତି ଗରିବ ନିରିହ ଆଦିବାସୀ ହିତାଧୁକାରୀ । ଯାହା କି ପୂର୍ବ ସରପଞ୍ଚ ପ୍ରୟାସ କରିବାରେ ଅସଫଳ ହୋଇଥିଲେ । ବର୍ତମାନ ସରପଞ୍ଚ ଙ୍କ ବିକାଶ କୁ ଦେଖୁ ଇର୍ଷା ପରାୟଣ ହୋଇ ସହ୍ୟ କରି ପାରୁ ନାହାନ୍ତି ବିରୋଧୀ ଦଳ ନେତା । ବାରମ୍ବାର ସରପଞ୍ଚ ଙ୍କୁ ବଦନାମ କରିବା ପାଇଁ ମିଥ୍ୟା ଅଭିଯୋଗ କୁ ପ୍ରଚାର ବଦନାମ କରିବାର ପ୍ରଚେଷ୍ଟା ଏବେ କୋଷାଗୁମୁଡା ରେ ସର୍ବତ୍ର ଚର୍ଚ୍ଚା ହେବାରେ ଲାଗିଛି । ବିଗତ ପାଞ୍ଚ ବର୍ଷ କଂଗ୍ରେସ ସମତ ସରପଞ୍ଚ ରହି ମଧ୍ୟ ଅଞ୍ଚଳର ବିକାଶ ପାଇଁ କୌଣସି କାର୍ଯ୍ୟ କରି ନଥିଲେ । ଲୋକଙ୍କ ଙ୍କ ସୁଖ ଦୁଃଖରେ ସହଭାଗୀ ହୋଇନଥିଲେ । ଗତ ନିର୍ବାଚନ ରେ ଜନସାଧାରଣ ତାଙ୍କୁ ପ୍ରତ୍ୟେକ୍ଷାନ କରି ଡାଳିମ୍ବ ମାଝୀ ଙ୍କୁ ବିଜୟୀ କରି ସରପଞ୍ଚ କରିଥିଲେ। କଂଗ୍ରେସ ର କିଛି ସ୍ବାର୍ଥବାଦୀ ଯୁବ ନେତା ଅଞ୍ଚଳ ର ନିରିହ ଗରିବ ଆଦିବାସୀ ଯୁବକ ଙ୍କୁ ନିଜ ଜାଲ ରେ ଫସାଇ ସରପଞ୍ଚ ଙ୍କୁ ବଦନାମ କରିବା ପାଇଁ ଅହରହ ପ୍ରଚେଷ୍ଟା କରୁଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉ ଥିବା ପରିଲକ୍ଷିତ ହେଉଛି । ଏହାକୁ ଦେଖ୍ କୋଷାଗୁମୁଡା ପଂଚାୟତ ରେ ବସବାସ କରୁଥିବା ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଉଛି। କୋଷାଗୁମୁଢା ବ୍ଲକ କଂଗ୍ରେସ ର ବିକାଶ ବିରୋଧୀ ନିତି ଏବେ ଜଳ ଜଳ ଦେଖା ଯାଉଛି । କୋଷାଗୁମୁଡା ସଦର ମହକୁମା ରେ ହେଉଥିବା ବିଭିନ୍ନ ଜନହିତକାରୀ ଯୋଜନା କୁ କଂଗ୍ରେସ ଦଳ ର ସ୍ବାର୍ଥବାଦୀ ଯୁବ ନେତା ବିରୋଧ କରୁଥିବା ସ୍ବତେ ଜିଲ୍ଲା କଂଗ୍ରେସ କାହିଁକି ଏଭଳି ଯୁବ ନେତା ଙ୍କ ବିରୋଧ ରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ? ଏହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରୁଛି । କୋଷାଗୁମୁଡା କଂଗ୍ରେସ ର ବିକାଶ ବିରୋଧୀ ନିତି ପାଇଁ ଆଗାମୀ ପଂଚାୟତ ନିର୍ବାଚନ ରେ କି ଭଳି ଉଚିତ ଜବାବ ଦେବେ ତାହା ଦେଖୁବାକୁ ବାକି ରହିଲା ।