District

ଟ।ଙ୍ଗର। ଭୂ ଇଁ ପ।ଲଟିଛି ଚିର ସୋତ। ଇନ୍ଦ୍ର। ବତୀ ନଦୀ

ଟାଙ୍ଗରା ଭୂଇଁ ପାଲଟିଛି ଚିରସ୍ରୋତା ଇନ୍ଦ୍ରାବତୀ

ତେନ୍ତୁଳିଖୁଣ୍ଟି, ୧୭/୧୦

ନବରଙ୍ଗପୁର ଜିଲ୍ଲା ଦେଇ ପ୍ରବାହିତ ଇଦ୍ରାବତୀ ନଦୀ ଶୁଷ୍କ ତଥା ଟାଙ୍ଗରା ଭୂଇଁ ପାଲର୍ଜିଛି। କେତେକ ସ୍ଥାନରେ ଏହା ଅପରିଷ୍କାର ହୋଇ ରହିଛି। ଇନ୍ଦ୍ରାବତୀ ଉପକୂଳବାସୀଙ୍କ ମୌଳିକ ସମସ୍ୟା ସମାଧାନ ସାଙ୍ଗକୁ ନଦୀଜଳ ସଫେଇ ପାଇଁ କିଛି ଜଳ ଛାଡ଼ିବାକୁ ଖାଡିଗୁଡ଼ା ଗ୍ରାମବାସୀ ଓ

ଇନ୍ଦ୍ରାବତୀବାସୀ ଦାବି କରିଛନ୍ତି । ପ୍ରକୃତିର ଗତିପଥକୁ ବଦଳାଇ

ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ମାଧ୍ୟମରେ ୧୧୦ ବର୍ଗ କିଲୋମିଟର ଜଳଭଣ୍ଡାର ନିର୍ମାଣ ହେଲା । ଫଳରେ ଇନ୍ଦ୍ରାବତୀ ନଦୀ ସମେତ ଅନ୍ୟ ତିନି ନଦୀ ଶୁଷ୍ଠଭୂମିରେ ପରିଣତ ହୋଇଛି ,। ନବରଙ୍ଗପୁର ଜିଲାବାସୀଙ୍କ ହଜ୍‌କୁ ଅଣଦେଖା କରି ପ୍ରକଳ୍ପ ଆରମ୍ଭ ହେଲା। ନବରଙ୍ଗପୁର ଜିଲାବାସୀଙ୍କୁ ଉନ୍ନ‌ତ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଗମନାଗମନ ସୁବିଧା କରି ପାରିପାର୍ଶ୍ବକ ବିକାଶର ସ୍ବପ୍ନ ଦେଖାଇ କାର୍ଯ୍ୟ ହାସଲ ପରେ ସେସବୁ ପ୍ରତିଶ୍ରୁତି ପ୍ରତାରଣା ସଦୃଶ ହୋଇ ରହିଯାଇଛି କାର୍ଯ୍ୟ ଚାଳିଥିବା

ବେଳେ ଓଡ଼ିଶା ଜଳ ବିଦ୍ୟୁତ୍ ନିଗମ ଇନ୍ଦ୍ରାବତୀର ତମାମ ଆବଶ୍ୟକତାକୁ ଗୁରୁତ୍ୱ ପ୍ରଦାନ କରୁଥିଲା । ସେତେବେଳେ ଶିକ୍ଷା, ସ୍ବାସ୍ଥ୍ୟ ସାଙ୍ଗକୁ ଗମନାଗମନ କ୍ଷେତ୍ରରେ ଇନ୍ଦ୍ରାବତୀର ସ୍ବତନ୍ତ୍ର ପରିଚୟ ରହିଥିଲା। କିନ୍ତୁ କାର୍ଯ୍ୟ ହାସଲ ପରେ ଜଳବିଦ୍ୟୁତ୍‌ ନିଗମ ଇନ୍ଦ୍ରାବତୀବାସୀଙ୍କ ସୁବିଧା ଏବଂ ପାରିପାକ ନିକାଶ ପ୍ରତି ଆଖ ବୁଡି ସମସ୍ତ ବାସିବ ଓଡ଼ିଶା ଜଳସେଚନ ବିଭାଗକୁ ଦେଇଦେଲେ | ଉନ୍ନୟନ କାର୍ଯ୍ୟରେ ଯେତେ ଅର୍ଥ ଜଳସେଚନ ବିଭାଗ ଖର୍ଚ କରିବ,

ତାହାର ୫୦% ଅର୍ଥ ଜନ ବିଦ୍ୟୁତ୍ ନିଗମ ବହନ କରିବା ନେଇ ବୁଝାମଣା ହୋଇଛି! ଏହି ଗଣିତ ହିସାବ ପରେ ଅଞ୍ଚଳର ବିକାଶ ଏକ ପ୍ରକାର ଠପ୍ ହୋଇଯାଇଛି। ଜଳସେଚନ ବିଭାଗ ଏବଂ ଜଳବିଦ୍ୟୁତ୍‌ ନିଗମ ମଧ୍ୟରେ ସଲାସୁତୁରା ହୋଇ ଉଜୟନ ପ୍ରତି ଆଖ୍ ବୁଜିଦେଇଥିବା ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲାବାସୀ। ଇନ୍ଦ୍ରାବତୀ ଉପକୂଳବାସୀଙ୍କ ପ୍ରତି ଅଣଦେଖା ଭବିଷ୍ୟତରେ ମହଙ୍ଗା ପଡ଼ିବ ବୋଲି ବୁଦ୍ଧିଜୀବୀ ଚେତାବନୀ ଦେଇଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button