District

୬୯୦୩ ହିତାଧିକାରୀଙ୍କ ଇକେୱାଇସି ଦ।ଖଲ କରିନ। ହନ୍ତି

୬୯୦୩ ହିତାଧୂକାରୀ ଇ-କେୱାଇସି ଦାଖଲ କରିନାହାନ୍ତି

ଭୂତ ରାସନ କାର୍ଡଧାରୀଙ୍କ ସଂଖ୍ୟା ବଢୁଛି

ପାପଡାହାଣ୍ଡି, ତା୧୮/୧୦

ରାଜ୍ୟ ସରକାର ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିୟମିତ ଖାଦ୍ୟ ସାମଗ୍ରୀ ପାଇବା ପାଇଁ ପ୍ରତ୍ୟେକ ହିତାଧିକାରୀ ରାସନ କାର୍ଡର ଇ-କେୱାଇସି କରିବା ପାଇଁ ବାଧ୍ୟତାମୂଳକ କରିଛନ୍ତି । ନବରଙ୍ଗପୁର ଜିଲ୍ଲାରେ ୧୦ ଲକ୍ଷ ୪୭ ହଜାର ୪୧୬ ହିତାଧିକାରୀଙ୍କ ମଧ୍ୟରୁ ୯ ଲକ୍ଷ ୭୨ ହଜାର ୧୬୮ ତଥା ୯୩ ପ୍ରତିଶତ ଇ-କେୱାଇସି କରି ସାରିଛନ୍ତି

। ବଳକା ୭ ପ୍ରତିଶତ ହିତାକାରୀ ଦାଖଲ କରିନଥିବାରୁ ସେମାନଙ୍କର ଅବସ୍ଥିତି ନେଇ ସନ୍ଦେହ ସୃଷ୍ଟି ହୋଇଛି । ସେହିପରି ପାପଡାହାଣ୍ଡି ବ୍ଳକର ୨୩ଗୋଟି ପଞ୍ଚାଯତରେ ୬୯୦୩ ହିତାକାରୀ ଇ-କେୱାଇସି ଦାଖଲ କରିନାହାନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ଇ-କେୱାଇସି ବନ୍ଦ କରିଥିବାରୁ ୬୯୦୩ ଜଣ ହିତାଧୀକାରୀ ଇ-କେୱାଇସି କରିବେ ନା ଏଥୁରୁ ବାଦ୍ ପଡ଼ିବେ ତାହା ଆଶଙ୍କାରେ ରହିଛି । ତେବେ ବ୍ଲକରେ ୬୯୦୩ ରାସନ୍ କାର୍ଡଧାରୀଙ୍କୁ ଅବସ୍ଥିତିକୁ ନେଇ ମଧ୍ୟ ସନ୍ଦେହ ଉପୁଜୁଥିବା ବେଳେ ୬୯୦୩ ରାସନ୍ କାର୍ଡଧାରିଙ୍କୁ ଯୋଗ୍ୟତା ଭିଭିରେ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ନାକଚ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button