District

ପୂଜ। ପ।ଇବେ ୪୨ ପୁଟ ଉଚ୍ଚ କ।ଳୀ ମୂର୍ତ୍ତି

ପୂଜା ପାଇବେ ୪୨ ଫୁଟ ଉଚ୍ଚ କାଳୀ ମୂର୍ତ୍ତି

ଉମରକୋଟ, ୧୭|୧୦

ଓଡ଼ିଶା ରେ ପୁର ପଲ୍ଲୀ ରେ ପୂଜା ପାଇବେ ମାଁ କାଳୀ । ଆସୁଛି ଦୀପାବଳୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ମଧ୍ୟ କାଳୀ ପୂଜା ପାଇଁ ପ୍ରସ୍ତୁତି ଜୋର ସୋର ରେ ଚାଲିଛି । ମୂର୍ତ୍ତିକାରିଗର ମୂର୍ତ୍ତି ତିଆରି ପାଇଁ ଲାଗି ପଡ଼ିଥିବା ବେଳେ ଏବେ ପ୍ରସ୍ତୁତି ଶେଷ ପର୍ଯ୍ୟାୟ ରେ ରହିଛି। ପୂଜା ମଣ୍ଡପ ରେ ମଞ୍ଚା ବାନ୍ଧି ମୂର୍ତି ଗଢ଼ିବା ରେ ଲାଗି ପଡିଛନ୍ତି ମୂର୍ତ୍ତି କାରିଗର। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉମରକୋଟ ପୌର ପରିଷଦର ୫୨ ନଂ ସ୍ଥିତ କାଳୀ ବାଡି ପଡିଆ ଠାରେ କାଳୀ ପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷ ଏହି ପଡ଼ିଆ ଠାରେ ୪୨ ଫୁଟର କାଳୀ ମୂର୍ତ୍ତି ପୂଜା ପାଇବେ। ମୂର୍ତି ନିର୍ମାଣ ପ୍ରାୟ ଶେଷ ପର୍ଯ୍ୟାୟରେ। ଏହି ମୂର୍ତିକୁ ନିର୍ମାଣ କରିବା ପାଇଁ ମାଲକାନଗିରି ଜିଲ୍ଲାର ଏମ ପି ଭି ୫୧ ଗ୍ରାମର ମୁଖ୍ୟ କାରିଗର ଜୟଦେବ ତରପଦାର ଓ ଏମ ପି ଭି ୮୨ ଗ୍ରାମର ନଅ ଜଣ କାରିଗର ପ୍ରକାଶ ଗାଇନ, ଅମର, ଅର୍ଜୁନ, ପ୍ରହ୍ଲାଦ, ଉତ୍ତମ, ସଜଲ, କଚା, କେଶବ ଓ କିରଣ ମୂର୍ତ୍ତି

ନିର୍ମାଣରେ ଲାଗିଛନ୍ତି । କାରିଗରୀ ଙ୍କ କହିବା ଅନୁସାରେ ଏହି ମୂର୍ତିକୁ ତିଆରି କରିବା ପାଇଁ ୧୨ ରୁ ୧୩ ଦିନ ଲାଗୁଛି। ରଙ୍ଗ ଦେବାପାଇଁ ୨ ଦିନ ସମୟ ଲାଗିବ। ଏହି କାଳୀ ମୂର୍ତି କୁ ସମ୍ପୂର୍ଣ କରିବାକୁ ୧୫ ଦିନ ସମୟ ଲାଗିବ ବୋଲି ମୁଖ୍ୟ କାରିଗର ଜୟଦେବ କ‌ହିଛନ୍ତି । ଏହି ପୂଜା କିପରି

ଶାନ୍ତି ଶୃଙ୍ଖଳାର ସହ ହୋଇପାରିବ ସେଥ‌ିପାଇଁ କିଛି ବ୍ୟକ୍ତି ବିଶେଷଙ୍କ ନେଇ ଏକ କମିଟି ଗଠନ କରାଯାଇଛି । କିନ୍ତୁ ପୂଜା ଟି ସମସ୍ତ ଙ୍କ ସହଯୋଗ ଓ ସହାୟତାରେ ଏହି ପୂଜା ହୋଇଥାଏ। ଚଳିତ ବର୍ଷ ଏହି କାଳୀ ପୂଜା କୁ ଧୂମଧାମରେ ପାଳନ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ପୂଜା ୯ ଦିନ ଧରି ଚାଲିବ। ଏହି ପୂଜା କୁ ଅଧିକ ଆଡମ୍ବର ସହକାରେ ପାଳନ କରାଯିବା ପାଇଁ ମିନା ବଜାରର ଆୟୋଜନ କରାଯାଇଛି । ପୂଜା ସମୟରେ ୫୨ ନଂ ଗାଁରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବ୍ୟବସାୟ ପାଇଁ ମିନାବଜାର ଠାରୁ ଆରମ୍ଭକରି ବହୁ ଉଠା ଦୋକାନୀଙ୍କ ଭିଡ ଜମିବ। ଏହାକୁ ଆଖରେ ରଖ୍ ଚଳିତ ବର୍ଷ ପ୍ରବଳ ଭିଡ଼ ଜମିବ ବୋଲି କମିଟି ତରଫରୁ ସୂଚନା ଦିଆଯାଇଛି। । ଏହି କାଳୀ ପୂଜା ରେ ୪୨ ଫୁଟର କାଳୀ ମୂର୍ତ୍ତି ଦେଖୁବା ପାଇଁ ଉମରକୋଟ ସହର ବାସୀ ଓ ଏହାର ଆଖପାଖ ଅଞ୍ଚଳ ବାସୀ ଉତ୍ସାହିତ ଅଛନ୍ତି । ଏହି ପୂଜା ଦେଖ‌ିବା ପାଇଁ ପଡୋଶୀ ଛତିଶଗଡ ରାଜ୍ୟ ସହ ବିଭିନ୍ନ ଜିଲ୍ଲାରୁ ମଧ୍ୟ ଭକ୍ତ ଆସିଥାନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button