ସ୍କୁଲ ବସ ଧକ।ରେ ବ।ଇକ ଚ।ଳକର ମୃତ
ସ୍କୁଲ ବସ୍ ଧକ୍କାରେ ବାଇକ ଚାଳକ ମୃତ
ରାଇଘର,ତା୧୬/୧୦ ନବରଙ୍ଗପୁର ଜିଲ୍ଲା ରାଇଘର- କୁନ୍ଦେଇ ମୁଖ୍ୟ ରାସ୍ତାର ସଦର ମହକୁମାସ୍ଥିତ ଗଞ୍ଜାପାରା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖରେ ସ୍କୁଲ ବସ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ୩ ଜଣ ଛାତ୍ରଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି
୩ ଛାତ୍ରଛାତ୍ରୀ ଆହତ
ହୋଇଛନ୍ତି।
ସୂଚନା ଅନୁଯାୟୀ, ରାଇଘର ଧଡରାପାରା ଠାରେ ଥିବା ବିଜୁ ପଟ୍ଟନାୟକ ମର୍ଡନ ପବ୍ଲିକ ସ୍କୁଲର ବସ(ଓଆର ୨୪ଏ୯୦୨୪) ବୁଧବାର ସକାଳେ ହାଟଭରଣ୍ଡି, କୁଦେଇ, ଯୋଡ଼ିଙ୍ଗା, ହିରି ଅଞ୍ଚଳରୁ ଛାତ୍ରଛାତ୍ରୀଙ୍କୁ ଧରି ବିଦ୍ୟାଳୟକୁ ଆସୁଥିଲା। ଏହି ସମୟରେ ଗଞ୍ଜାପାରା ନିକଟସ୍ଥ । ପେଟ୍ରୋଲ ପମ୍ପ ସମ୍ମୁଖରେ ବିପରିତ
ଦିଗରୁ ଲୁନା ଗାଡି ନମ୍ବର ସିଜି ୨୭କେ ୦୨୨୮ ଯୋଗେ ଆସୁଥିବା ଜଣେ ବୃଦ୍ଧଙ୍କୁ ବସ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତୁରୁଡିହି ଗ୍ରାମର ସମାରୁ ଗଣ୍ଡ (୬୦) ଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ କଡ଼କୁ ହୋଇ ଯାଇଥିବା ବେଳେ ୫୦ ମିଟର ଦୂରରେ ଏକ ନଦୀ ରହିଥିଲା ବେଳେ ଏକ ବଡ଼ ଦୁର୍ଘଟଣାରୁ
ଅଳ୍ପକେ ବର୍ଲିଯାଇଛି। ଦୁର୍ଘଟଣାରେ ଟଭରଣ୍ଡି ଗ୍ରାମର ପ୍ରଥମ ଶ୍ରେଣୀ ଛାତ୍ର ହିମାଂଶୁ ଗଣ୍ଡ, ଯୋଡ଼ିଙ୍ଗା ଗ୍ରାମର ତୃତୀୟ ଶ୍ରେଣୀ ଛାତ୍ର ମୁକେଶ ଗଣ୍ଡ ଓ ହୀରି ଗ୍ରାମର ପ୍ରଥମ ଶ୍ରେଣୀ ଛାତ୍ରୀ ଧରିତ୍ରୀ ଗଣ୍ଡ ଆହାତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ସହ ଦୁର୍ଘଟଣାଗ୍ରସ୍ତ ଗାଡି ଜବତ କରିବା ସହିତ ତଦନ୍ତ ଆରମ୍ଭକରିଛି।