District

ଆଇନ ଜୀବି ପୀତବ।ସ ହତ୍ୟାକାଣ୍ଡ ମ।ମଲ।

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା

ମିଳିଲା ପୀତବାସଙ୍କ ଡାଏରୀ

ବ୍ରହ୍ମପୁର, ୧୫/୧୦: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକୁ ୯ ଦିନ ବିତିଲାଣି। କିନ୍ତୁ ଏପର୍ଯ୍ୟନ୍ତ ପୁଲିସ କାହାରିକୁ ଗିରଫ କରିପାରିନାହିଁ। ମାଷ୍ଟରମାଇଣ୍ଡକୁ ଗିରଫ କରିବା ଦୂରେ ଥାଉ ଦୁଇ ହତ୍ୟାକାରୀଙ୍କୁ ମଧ୍ୟ ଏଯାବତ୍ ଠାବ କରିପାରିନାହିଁ। ପୀତବାସଙ୍କୁ ଯେଉଁ ଦୁଇଜଣ ପେସାଦାର ସୁପାରି କିଲର –

ଖୋଲିବ କି ହତ୍ୟା ଗୁମର?

ଆତୃତାୟୀଙ୍କ କୁଣ୍ଡଳୀ ଯାଞ୍ଚ ପାଇଁ ଜେଲ୍‌ମୁହାଁ ପୁଲିସ

ଗୁଳି କରି ହତ୍ୟା କରିଛନ୍ତି, ସେମାନେ ପୂର୍ବରୁ ମଧ୍ୟ ବହୁ ମାମଲାରେ ଜଡ଼ିତ ଥିବା ପୁଲିସ ସନ୍ଦେହ କରିଛି। ତେଣୁ ସେମାନଙ୍କ ବାବଦରେ କିଛି ସୁରାକ୍ ଯୋଗାଡ଼ କରିବା ଆଶାରେ ବ୍ରହ୍ମପୁର ପୁଲିସ ଏବେ ଜେଲ୍‌ମୁହାଁ ହୋଇଛି। ବ୍ରହ୍ମପୁର ସମେତ କେନ୍ଦ୍ରାପଡ଼ା ଓ ରାଜ୍ୟର ବିଭିନ୍ନ ଜେଲ୍‌ରେ ଅପରାଧୀଙ୍କ କୁଣ୍ଡଳୀ ଯାଞ୍ଚ କରୁଛି | ସଂପୃକ୍ତ ଆତତାୟୀଙ୍କୁ ଚିହ୍ନଟ କରି ସେମାନଙ୍କ ଠିକଣା ଜାଣିବାକୁ ପୁଲିସ ବିଭିନ୍ନ ଜେଲରେ ଡେରା ପକାଇଥିବା ସୂଚନା ମିଳିଛି I ଅପରପକ୍ଷେ, ଓକିଲାତି ବ୍ୟତୀତ ପୀତବାସଙ୍କର ବିଭିନ୍ନ କାରବାରରେ ସମ୍ପୃକ୍ତି ଥିବାରୁ ତାଙ୍କ ହାତଲେଖା ଡାଏରୀରୁ କିଛି ତଥ୍ୟ ଓ ପ୍ରମାଣ ଥିଲା । ବର୍ତମାନ ପାତବାସଙ୍କ ଗୁପ୍ତ ‘ଡାଏରୀ’ର ସନ୍ଧାନ ମିଳିଛି। ଡାଏରୀରୁ ରୀରୁ ବହୁ ତଥ୍ୟ , ଆଲୋଚନା ହେଉଛି।

ମିଳିଥିବା ଡାଏରୀରେ କ୍ରସର୍ ବ୍ୟବସାୟୀ, ମଦ

ବେପାରୀ, ବିଲ୍ଵରଙ୍କ ସମେତ ସ‌ହରର ବହୁ ବ୍ୟବସାୟୀ ଓ ନେତାଙ୍କ ନାମ ଉଲ୍ଲେଖ ଥିବା କୁହାଯାଉଛି। ପୀତବାସ କାହାଠାର ସୁଧରେ ଟଙ୍କା ଆଣିଛନ୍ତି ଅଥବା କାହାକୁ ଟଙ୍କା ଦେଇଛନ୍ତି, ସେଥିରେ ଉଲ୍ଲେଖ ଥିବା କୁହାଯାଉଛି । ବଡ଼କଥା ହେଲା ପାତଦାସ ହଜାର କିମ୍ବା ଲକ୍ଷରେ ନୁହେଁ, ବରଂ କୋଟି କୋଟି ଟଙ୍କାର ସୁଧ କାରବାର କରୁଥିବା ନେଇ ଆଲୋଚନା ହେଉଥିବା ବେଳେ ସେସବୁ ତ‌ଥ୍ୟ ଡାଏରୀରେ ଅଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର I ପୀତବାସଙ୍କ ଜଣେ ଘନିଷ୍ଠ ବନ୍ଧୁ ତାଙ୍କଠାରୁ ପ୍ରାୟ ୮୦ ଲକ୍ଷରୁ ଅଧିକ ଟଙ୍କା ନେଇ କୌଣସି କାରଣରୁ ଦୀର୍ଘ ଦିନ ଧରି କୁଆଡ଼େ ଫେରାଇ ନଥିଲେ | ରଣ ଅର୍ଥ ପରିଶୋଧ ପାଇଁ ସମ୍ପୃକ୍ତ ବନ୍ଧୁଜଣଙ୍କ ସହରରେ ଥିବା ନିଜର ଏକ ଘରକୁ ପୀତବାସଙ୍କୁ ବିକ୍ରି କରିଦେଇଥିବା କୁହାଯାଉଛି। ଘର ବିକ୍ରି ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଜଣଙ୍କ ଆହୁରି ୩୦ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ପୀତବାସଙ୍କୁ ଫେରାଇବାକୁ ଅଛି ବୋଲି ଶୁଣିବାକୁ ମିଳିଛି।

ସେହିପରି, ପୀତବାସ ଅନେକ ବ୍ୟବସାୟୀଙ୍କଠାରୁ ଟଙ୍କା ଉଠାଇଥିବା କୁହାଯାଉଛି । କିନ୍ତୁ, ସେନେଇ କେହି ମୁହଁ ଖୋଲିନାହାନ୍ତି | ତେବେ ବଜାରରେ ପଡ଼ିଥିବା କୋଟିକୋଟି ଟଙ୍କା କିଭଳି ଆଦାୟ ହେବ, ତାହା ଏବେ ବଡ଼ ପ୍ରଶ୍ନବାଚୀ। କାରଣ ସେଥ୍ମଧ୍ୟରେ ପୀତବାସଙ୍କର ନିଜର ଓ ଅବଶିଷ୍ଟ ଅନ୍ୟମାନଙ୍କର ମଧ୍ୟ ଥୁବା ଆଲୋଚନା ହେଉଛି। ସେପଟେ ଟଙ୍କା କାରବାର ବ୍ୟତୀତ ସେ ରୁଚି ରଖୁଣ୍ଟା ସବୁ କିଛି ବିଷୟରେ ନିଜ ଡାଏରୀରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ଡାଏରୀରେ ଉଲ୍ଲେଖ ଥ‌ିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ଅନେକଙ୍କୁ ପୂର୍ବରୁ ପୁଲିସ ଜେରା କରି ଛାଡ଼ିଥିବା କୁହାଯାଉଛି।

*ମିଳିଲା ପୀତବାସଙ୍କ ଗୁପ୍ତ ଡାଏରୀ* ବ୍ରହ୍ମପୁର ହତ୍ୟାକାଣ୍ଡ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button