District

ବାଲ୍ୟ ବିବାହକୁ ରୋକିବ।କୁ କାର୍ଯ୍ୟକ୍ରମ

ବାଲ୍ୟବିବାହ ରୋକିବାକୁ କାର୍ଯ୍ୟକ୍ରମ

ନନ୍ଦାହାଣ୍ଡି, ୧୪୵୧୦/: ବାଲ୍ୟ ବିବାହ ରୋକିବାକୁ ପ୍ରଶାସନ ଓ ଘରୋଇ ସଂସ୍ଥା ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ବିଡିଓ କ୍ଷୀରୋଦଚନ୍ଦ୍ର ସାହୁ ବ୍ଲକ ପରିସରରେ ଆରମ୍ଭ କରିଛନ୍ତି। ୧୮ବର୍ଷରୁ କମ ବୟସର ଝିଅ ଓ ୨୧ବର୍ଷରୁ କମ ପୁଅଙ୍କୁ ବିବାହ ନକରିବାକୁ ସଚେତନ କରିବାକୁ ଆଲୋଚନା କରାଯାଇଥିଲା | କମ ବୟସର ଝିଅଙ୍କୁ ନେଇ ଏକ ହ୍ବାଟ୍ସଆପ ଗ୍ରୁପ କରାଯିବା ସହ ଡ୍ରପ ଆଉଟ ପିଲାଙ୍କୁ ସ୍କୁଲ ପଠାଇବା ନହେଲେ କୌଶଳ ଭିତ୍ତିକ ତାଲିମ ଦିଆ ପାଇଁ ଆଲୋଚନା କରାଯାଇଥିଲା। ସେହିପରି କମ ବୟସର ଝିଅମାନେ ଗର୍ଭବତୀ ହେଉଥିବା ସମସ୍ୟା ସମ୍ପର୍କରେ ସଚେତନ କରିବାକୁ ଶିଶୁ ମଙ୍ଗଳ କମିଟି ଗଠନ କରି ସଚେତନ କରିବାକୁ ଆଲୋଚନା ହୋଇଥିଲା | କାର୍ଯ୍ୟକ୍ରମରେ ପ୍ରୀତି ବାଘ, ଚିନ୍ମୟୀ ନାୟକ, ସିଡିପିଇଓ ସସ୍ମିତାବାଳା ମହାନ୍ତି, ଆଇନଜୀବୀ କିଶୋରୀ ପଟ୍ଟନାୟକ, ସରିତା ପରି, ଏବିଇଓ ଅଧିକାରୀ ଧନୁର୍ଜୟ ମାଝୀ, ବ୍ଳକ କର୍ମଚାରୀ, ସମସ୍ତ ଅଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button