District

ପଂଚାୟତର କାର୍ଯ୍ୟାଳୟ କୁମୁଲିପୁଟ ଗ୍ରାମ ରାସ୍ତା ଘ।ଟ ବହୁତ ଖରାପ

ପଞ୍ଚାୟତ କାର୍ଯ୍ୟାଳୟ କୁମୁଲିପୁଟ ଗ୍ରାମ

ଜୟପୁର ବ୍ଲକର କୁମୁଲି ପୁଟ ଗ୍ରାମ ପଂଚାୟତର ରାସ୍ତା ଘାଟ ବହୁତ ଖରାପ

ଜୟପୁର,ତ।୧୨୵୧୦ ଜୟପୁର ବ୍ଲକର କୁମୁଲି ପୁଟ ଗ୍ରାମ ପଂଚାୟତର ରାସ୍ତା ଘାଟ ବହୁତ ଖରାପ । ଲୋକଙ୍କୁ ଚାଲିବାକୁ ହେଲେ ଜାଗ୍ରତରେ ଦେଖୁକରି ଯିବାକୁ ପଡୁଛି । ପ୍ରତି ଶନିବାରେ କୁମୁଲିପୁଟ ଗ୍ରାମରେ ସାପ୍ତାହିକ ହାଟ ହୁଏ, ସେହି ହାଟକୁ 10ରୁ ୧୫ ଖଣ୍ଡ ଗାଁ ନିର୍ଭର କରନ୍ତି ନିଜ ନିଜ ଘର କରଣା ଜିନିଷ କିଣିବାକୁ । କିନ୍ତୁ ଯାତାୟାତ ପାଇଁ ବହୁତ ଅସୁବିଧା । ସେହି ରାସ୍ତା ସମ୍ପ୍ରସାରଣ ପାଇଁ ଜୟପୁର ରାଜସ୍ବ
ଅଧିକାରୀ ଆସି ଜବର ଦଖଲ କାରିଙ୍କ ଜାଗା ଭାଙ୍ଗିଥିଲେ କିନ୍ତୁ ତା ପରବର୍ତୀ ସମୟରେ ସବୁ ଠପ ହୋଇଯାଇଛି । ରାସ୍ତାର ମରାମତି ନାହିଁ କି ସାମ୍ପ୍ରସାରଣ ନାହିଁ । । କୁମୁଲିପୁଟ ପଂଚାୟତ ଅଧୂକାରୀ କିମ୍ବା ଗୋଷ୍ଠୀ ଉନୟନ ଅଧିକାରୀ କାହାର ସେହି ରାସ୍ତା ପ୍ରତି ନଜର ନାହିଁ । ବେଶୀ ଦୂର ନାହିଁ, ୨୬ନମ୍ବର ଜାତୀୟ ରାଜରାସ୍ତା ପାର୍ଶ୍ବ ଏବଂ ପଂଚାୟତକାର୍ଯାଳୟ ସାମ୍ନାରେ ଏହି ରାସ୍ତା, ସମସ୍ତ ବଡ଼ ବଡ଼ ଅଧୁକାରୀ, ମନ୍ତ୍ରୀ, ବିଧାୟକ ପାର୍ଶ୍ବ ଦେଇ ଯିବା ଆସିବା ହେଉଛନ୍ତି କିନ୍ତୁ କାହାର ନଜରକୁ ସେ ରାସ୍ତା ଦେଖା ଯାଉନି । ତାଙ୍କରି କଣ ଅସୁବିଧା ସେମାନେ ତ ଲୁବ୍ଧଜାରୀ ଗାଡ଼ିରେ ଯାତାୟତ କରୁଛନ୍ତି ଗରିବ ଜନତାଙ୍କ ଟେକ୍ସ ଟଙ୍କାରେ ରାଜ କରୁଛନ୍ତି । ଗରିବ ଲୋକ କିପରି ଯିବେ ଏବଂ ତାଙ୍କରି ସୁବିଧା କିପରି ହେବ ତାରି ଚିନ୍ତା କାହାକୁ ନାହିଁ । ଜନସାଧାରଣ ଦେଖୁବାକୁ ବାକି ରହିଲା ଏ ରାସ୍ନା ପ୍ରତି ପ୍ରଶାସନର କେବେ ଦୃଷ୍ଟି ପଡୁଛି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button