District

ଭତ୍ତା ରୁ ବଞ୍ଚିତ ବିଧବ। ଜେମ।

ଭତ୍ତାରୁ ବଞ୍ଚିତ ବିଧବା ଜେମା

ନନ୍ଦାହାଣ୍ଡି, ୧୨|୧୦: ଦୁଇ ବର୍ଷ ପୂର୍ବେ ସ୍ବାମୀ ଆରପାରିକୁ ଚାଲିଗଲେ। ବିଧବା ହୋଇଗଲେ ଜେମା | ଏଯାବତ୍ ମିଳିପାରୁନି ଭତ୍ତା ବାରମ୍ବାର ଆବେଦନ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନି | ଫଳରେ ବିଧବା ଜେମା ନିଜ ଭାଗ୍ୟକୁ ଆଦରୀ ତିନି ପୁଅମାନଙ୍କ ସହିତ ରହୁଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ

ମେଣ୍ଟ୍ରି ପଞ୍ଚାୟତ ଅନ୍ତର୍ଗତ ବାଦିଗୁଡା ଗ୍ରାମରେ ରହୁଥ‌ିବା ସନ୍ୟାସୀ ମୁଦୁଲି, କୁଲିମଜୁରୀ କରି ପରିବାର ଭାରଣପଷଣ କରୁଥିଲେ । ସ୍ତ୍ରୀ ଜେମା ଓ ତାଙ୍କ ତିନି ପୁଅ ଙ୍କ ସହିତ ଖୁସିରେ ସଂସାର ରେଜୀବନଯାପନ କରୁଥିଲେ। ଗତ ଦୁଇ ବର୍ଷ ପୂର୍ବେ ସନ୍ୟାସୀ ଆରପାରିକୁ ଚାଲିଗଲା ପରେ ବିଧବା ଜେମା ମୁଦୁଲି ତିନି ପୁଅବୋହୂଙ୍କ ସହିତ

କୁଲିମଜୁରୀ କରି ଜୀବିକା ନିର୍ବାହ କରୁଛନ୍ତି । ସରକାରଙ୍କ ସହାୟତାରେ ବିଧବା ଭତ୍ତା ପାଇଁ ବାରମ୍ବାର ଆବେଦନ କଲେ ସୁଦ୍ଧା ଏଯାବତ୍ ବିଧବା ଭତ୍ତା ଯୋଜନାରେ ସାମିଲ କରାଯାଇନି | ଅତିଗରିବ ହେଇଥିବାରୁ କୁଲିମଜୁରୀ କରି ଜୀବିକା ନିର୍ବାହ କରୁଛନ୍ତି। ତାଙ୍କୁ ଭତ୍ତା ଯୋଜନାରେ ସାମିଲ କରିବାକୁ ଦାବି ହେଉଛି।ଭତ୍ତାରୁ ବଞ୍ଚିତ ବିଧବା ଜେମା

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button