District

ବେଆଇନ କ୍ରସରକୁ ବିରେ। ଧ

ବେଆଇନ କ୍ରସର୍‌କୁ ବିରୋଧ

କଲ୍ୟାଣସିଂହପୁର,୧୧୵୧୦: ବୀର୍ଘ ବର୍ଷ ହେଲା ଚାଲିଛି ପଥର କ୍ରସର ଏହାଦ୍ଵାର ଆଖପାଖ ଅଞ୍ଚଳର ପରିବେଷ ପ୍ରଦୂଷଣ ହେଉଛି। କୁସରକୁ ବଦ କରିବା ଲାଗି ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି । କୌଣସି ପଦକ୍ଷେପ ନିଆଯାଉନି। ଚାରିଆକୁ ନିରାଶ ହୋଇ ଶେଷରେ କ୍ରସର ଆଗରେ ଆଜି ଧାରଣାରେ

ୟୁନିଟ୍ ଆଗରେ ୨ ଖଣ୍ଡ ପଞ୍ଚାୟତବାସୀଙ୍କ ଧାରଣା

ବସିଛନ୍ତି ଦୁଇ ପଞ୍ଚାୟତର ଜନସାଧାରଣ । ଏଭଳି ଦୃଶ୍ୟ ଦେଖୁବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବସ୍‌ରେ ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସିଙ୍ଗଲି ପଞ୍ଚାୟତର କାଙ୍ଗସେରି ଗାଁ ଏବଂ ଧାମଣିପଟ୍ଟା ପଞ୍ଚାୟତର ହାତୀମୁଣ୍ଡା ଓ ସୁରୁମୁଲି ଗାଁ ମଝିରେ ରହିଛି ଏକ ବିରାଟ ପାହାଡ଼ । ତା’ ପାଖରେ ଥିବା ସରକାରୀ ଜମିରେ ଗତ ୨ ବର୍ଷ ହେଲା ଏକ ପଥର କ୍ରସର ୟୁନିଟ୍ ଚାଲିଛି । ଏହାକୁ ଖୋଲିବା ପୂର୍ବରୁ ପଲ୍ଲୀସଭାର ଅନୁମତି ନିଆଯାଇନି।

କ୍ଲସର ଯୋଗୁ ଆଖାପାଖ ଅଞ୍ଚଳରେ ପଥର ଗୁଣ୍ଡ ଉଡ଼ୁଛି । ଲୋକେ ଶ୍ୟାମପ୍ରଶ୍ଵାସ ନେବାରେ ଅସୁବିଧାର ଭୋଗୁଛନ୍ତି । ବିଭିନ୍ନ ଜଳାଷଣରେ ପଥର ଗୁଣ୍ଡର ଆସରଳ ଜମୁଛି । ପାହାଡ଼ ଓ ଜଙ୍ଗଲ ଚାରିଆଡ଼େ ଗନ୍ଧ ତାଳ ଓ ପତ୍ରରେ ଧଳା ପରସ୍ତ ପଡ଼ୁଛି । ଏହାଦ୍ଵାର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି । ଏ ସମ୍ପର୍କରେ ବାରମ୍ବାର ତହସିଳଦାର ଓ କିମ୍ଭାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ତଥାପି ସୁଫଳ ମିଳିନି । ତେଣୁ ବିକଳ୍ପ ନଥୁବାରୁ ଧାମୁଣିପଙ୍ଗା ଓ ସିଙ୍ଗାରି ପଞ୍ଚାୟତବାସୀ ଏହି ହସରକୁ ତୁରମ୍ଭ ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି । ଏଥିଲାଗି ଆଜି ଭଲ ପଥର କ୍ରସର ଆଗରେ ଏକ

ସଭା ଅନୁଷ୍ଠିତ ହୋଇଥିଲା । ଏହି କ୍ରସର ଦ୍ବାଇ ଅଞ୍ଚଳବାସୀଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ଆଲୋଚନା କରାଯାଇଥିଲା। ଏହାପରେ ଧାରଣା ଆରମ୍ଭ ହୋଇଥିଲା। ନନ୍ଦକୂଳ ସଭାପତି ଯୋଗେନ୍ଦ୍ର ୱେଡ଼େନା, ସିପିଆଇଏମ୍ ଜିଲ୍ଲା ସଭାପତି ବୋରା କାଣ୍ଡଚାରି, ଆଦିବାସୀ ଅଧୁକାର ମଞ୍ଚ ସଭାପତି ରଟି ସୁନା, ଚାଷୀ ମୁଲିଆ ଅଧୁକାର ସଭାପତି ଯୋଗେନ୍ଦ୍ର ନାଏକ, ମାନୁ ଶିକଳାଙ୍କ ସମେତ ଅଞ୍ଚଳବାସୀ ଏଥିରେ ସାମିଲ୍ ହୋଇଥିଲେ । ଏନେଇ ହ୍ରସର ମାଲିକଙ୍କୁ ଅବଗତ କରାଯାଇଥିଲା । ତଥାପି ସେ ଧାରଣା ସ୍ଥଳକୁ ଆସିନଥିଲେ । ତେଣୁ ଧାରଣାକୁ

ଗୁଗିତ ରଖାଯାଇଛି। ଶନିବାର ପୂର୍ଣିଥରେ ଧାରଣା ଆରମ୍ଭ ହେବ ବୋଲି ପଞ୍ଚାୟତବାସୀ କହିଛନ୍ତି। ଏ ସମ୍ପର୍କରେ ପଚାରିବାରୁ ତହସିଲଦାର ରଞ୍ଜନ କୁମାର ମାନସେଠ୍ କହିଛନ୍ତି, କ୍ରସର ସରକାରୀ ଜମିରେ ଥିବା ସମ୍ପର୍କରେ ସେ ଜାଣିନାହାନ୍ତି । ତଦନ୍ତ କରି, ବେଆଇନ ହୋଇଥିଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏ ନେଇ ହ୍ରସର ମାଲିକ ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ କହିଛପି, ସେ ଦକ୍ଷିଣାଞ୍ଚଳ ରାଜ୍ୟ ଜମିଶନରଙ୍କ ନିୟମ ଅନୁଯାୟା ଏବଂ ଅନୁମତି ନେଇ କୁସର ୟୁନିଟ୍ ଚଳାଇଛନ୍ତି । ଏଥିଲାଗି ଦାର୍ଷିକ ଖଜଣା ମଧ୍ୟ ପୈଠ କରୁଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button