DistrictKoraputOdisha

ଆତ୍ମିକ ଉଦ୍ଦୀପନାର ସ୍ୱର ବିଶାଳ ପ୍ରାର୍ଥନା ସଭାର ଆୟୋଜନ।

ସେମିଳିଗୁଡା, ୧୦/୧୦: କୋରାପୁଟ ଜିଲ୍ଲା, ସେମିଳିଗୁଡା ବ୍ଲକ ଚାରାଙ୍ଗୁଲ୍ ପଞ୍ଚାୟତ ଅନ୍ତର୍ଗତ ହଞ୍ଜରାଗୁଡା ଫୁଟବଲ ଗ୍ରାଉଣ୍ଡରେ ଏକ ମହା ଆତ୍ମିକ ଓ ଉଦ୍ଦୀପନାମୟ ସ୍ୱର ପ୍ରାର୍ଥନା ସଭା ଆୟୋଜିତ ହୋଇଛି। ଏହି ଅବସରରେ ଦଶ ହଜାରରୁ ଅଧିକ ଲୋକ ସମାଗମ ହୋଇ ପବିତ୍ର ଖ୍ରୀଷ୍ଟ ଯୀଶୁଙ୍କ ବାଣୀ ଓ ଉପଦେଶ ଶୁଣିବା ପାଇଁ ପହଂଚିଥିଲେ। ଏହି ପ୍ରାର୍ଥନା ସଭାର ମୁଖ୍ୟ ପ୍ରେରିତ ଫିଲିପ୍ ଏବଂ ଆପୋଷ୍ଟୋଲିକ୍ ଦଳ ହୋଞ୍ଜରାଗୁଡା ଏଥିରେ ଯେଉଁ ବକ୍ତା ଗଣ ରମାକାନ୍ତ ପାଣି ଜୟପୁର,ଜିନେସ୍ ଗ୍ରୁଜୁଲାନ୍, ସଂଗୀତ ଦଳ ବିକ୍ରମ ଟାକ୍ରି, ଶୁଶାନ୍ତ ଖୋସଲା, ଶଙ୍କର ଖୋସଲା।

ଲୋକଙ୍କୁ ପ୍ରଥମେ ରୋଗିଙ୍କ ଆର୍ଗ ଆତ୍ମିକ ଶାନ୍ତି, ପ୍ରେମ ଓ ବିଶ୍ୱାସର ପଥରେ ଆଗେଇ ନେବା ପାଇଁ ପ୍ରେରଣା ଓ ଆର୍ଶୀବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକମାନେ ନିଜ ଆତ୍ମାର ଉନ୍ନତି, ଧାର୍ମିକ ଜ୍ଞାନ ଓ ମାନବିକତାର ମୂଲ୍ୟ ବୁଝି ପାରିଥିଲେ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ନେତା ପୂର୍ବତନ ମନ୍ତ୍ରୀ ରବି ନନ୍ଦ ନାରାୟଣ, ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ଝିନ ହିକକା, କୋରାପୁଟ ପୂର୍ବତନ ବିଧାୟକ ରଘୁରାମ ପଡାଲ ସହ ସେମିଳିଗୁଡା ଅଞ୍ଚଳର ବିଜୁ ଜନତା ଦଳର ଯୁବ ସମାଜ ସେବୀ ଅସକ ପ୍ରଧାନ, ଇଶ୍ଵର ଆଲାଡା ପ୍ରମୁଖ ଉପସ୍ଥିତ ରହି ଦେଖିଥିଲେ ଯେ କୌଣସି ଧର୍ମାନ୍ତିକରଣ କରାଯାନଥିଲା

କିନ୍ତୁ ଲୋକଙ୍କୁ ଉତ୍ତମ ଶିକ୍ଷା ଦିଆଯାଇଥିଲା ବୋଲି ମୋତ୍ୟାବ ଦେଇଥିଲେ ପୂର୍ବତନ ବିଧାୟକ ପଡା଼ଲ,ଏହି ସଭାକୁ କିଛି ଖ୍ରୀଷ୍ଟୀୟ ବିରୋଧୀ ଲୋକମାନେ କୋରାପୁଟର ଭାଇ ଚାରା ନଷ୍ଟ କରିବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସଭାଟି ଅତି ଶାନ୍ତି ଶୃଙ୍ଖଳା ରକ୍ଷା କରି ସଭାକୁ ଆଗେଇ ନେଇଥିଲେ ଏହି ଘଟଣା କୁ ନେଇ ଆୟୋଜକ କମିଟି ପଟାଙ୍ଗି ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ଜଣାଇଥିଲେ ବିଧାୟକ କହିଥିଲେ ସମ୍ବିଧାନର ନୀୟମ କୁ ମାନିବାକୁ ପଡ଼ିବ କୈାଣସି ଧର୍ମକୁ ବିରୋଧ କରାଯିବା ଉଚିତ ନୁହେଁ ସମସ୍ତେ ଭାଇଚାରା ବଞ୍ଚିବା ଦରକାର ଏହି ଦେଶରେ ଏହି କୋରାପୁଟ ରେ ବୋଲି ଆୟୋଜକ କମିଟି ଙ୍କୁ ଭରସା ଦେଇଥିଲେ।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button