District

ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ

ରାସ୍ତା ମଝିରେ ବିଦ୍ୟୁତ୍ ଖୁଣ୍ଟ

ଚନ୍ଦାହାଣ୍ଡି, ୯/୧୦: ଚନ୍ଦାହାଣ୍ଡି ବ୍ଳକ ବେହେରାମୁଣ୍ଡା ଗ୍ରାମର ମଝି ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ବିଦ୍ୟୁତ୍ ଖୁଣ୍ଟ ଓ ତାର ଓହଳି ରହିଛି। ଏହି ରାସ୍ତା ଦେଇ ବସ୍, ଟ୍ରକ୍ ଯାତାୟାତ କରୁଥିବା ବେଳେ ବସ୍ ଡ୍ରାଇଭରମାନେ ବାଉଁଶ ସାହାଯ୍ୟରେ ବିଦ୍ୟୁତ୍ ତାରକୁ ଉଠେଇ ବସ୍ ପାରି କରିଥାନ୍ତି । ଓହଳୁଥିବା ବିଦ୍ୟୁତ୍ ତାର ବିପଦକୁ ଡାକୁଥିବା ବେଳେ ଯେକୌଣସି ସମୟରେ ରାସ୍ତାରେ ଚଳାଚଳ କରୁଥିବା ଯାନବାହନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଧନଜୀବନ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଏନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ବି କୌଣସି ପଦକ୍ଷେପ ନିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏସମ୍ପର୍କରେ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ସାହୁଙ୍କୁ ପଚାରିବାରୁ ବେହରାମୁଣ୍ଡା ଗ୍ରାମ ଦେଇ ପୂର୍ତ୍ତ ବିଭାଗ ଦ୍ବାରା ରାସ୍ତା ନିର୍ମାଣ କରାଯାଉଛି । ରାସ୍ତା ପାର୍ଶ୍ବରୁ ବିଦ୍ୟୁତ୍ ଖୁଣ୍ଟ ହଟାଇବାକୁ ପୂର୍ଷ ବିଭାଗ ଦ୍ବାରା ବିଳମ୍ବରେ ଲିଖିତ ଅବଗତ କରିଥିବାରୁ ଏହି କାର୍ଯ୍ୟ ହୋଇପାରି ନାହିଁ। ଖୁବ ଶୀଘ୍ର ରାସ୍ତାରୁ ବିଦ୍ୟୁତ୍ ଖୁଣ୍ଟ ହଟାଯିବ ବୋଲି ସେ କହିଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button