District

ମୂଖ୍ଯମନ୍ତ୍ରୀଙ୍କ ଆଇନ ଶୃଙ୍ଖଳ। ସମୀକ୍ଷ।

ମୁଖ୍ୟମନ୍ତ୍ରୀଙ୍କ ଆଇନଶୃଙ୍ଖଳା ସମୀକ୍ଷା

ଅସାମାଜିକ ବ୍ୟକ୍ତି ଓ ବିଶୃଙ୍ଖଳାକାରୀଙ୍କ ଉପରେ ନଜର ରଖୁବାକୁ ନିର୍ଦ୍ଦେଶ

ଭୁବନେଶ୍ଵର,

ତ।୮/୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ଚରଣ ମାଝୀ ଲୋକସେବା ଭବନରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ସମୀକ୍ଷା କରିବା ସହିତ ରାଜ୍ୟର ସମସ୍ତ ଅଞ୍ଚଳରେ ଅସାମାଜିକ ବ୍ୟକ୍ତି, ବିଶୃଙ୍ଖଳାକାରୀ ତଥା ଅନ୍ୟାନ୍ୟ ସଂଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ କଡା ନଜର ରଖ୍ ବାକୁ ପୋଲି ସ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ବୈଠକରେ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏକ ଶାନ୍ତିପୂର୍ଣ୍ଣ ରାଜ୍ୟଭାବେ ପରିଚିତ ଓଡ଼ିଶାର ଛବିକୁ ମଳିନ କରିବା ପାଇଁ କିଛି ଉଦ୍ଦେଶ୍ୟ ପ୍ରଣୋଦିତ ଗୋଷ୍ଠୀ ଉଦ୍ୟମ କରୁଛନ୍ତି । ସେମାନଙ୍କୁ ଦୃଢହସ୍ତରେ ଦମନ କରି ବାର ଆବଶ୍ୟକ‌ତା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରି ଏପରି ବ୍ୟକ୍ତିମାନଙ୍କ ଉପରେ ସତର୍କ ଦୃଷ୍ଟି ରଖୁବାକୁ ସେ ପୋଲିସ ଉଚ୍ଚ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କଟକ ଘଟଣାରେ ପରିସ୍ଥିତି ସ୍ଵାଭାବିକ ହେଉଛି ବୋଲି

ବୈଠକରେ ସୂଚନା ଦିଆଯାଇଥୁଲା । କର୍ଯ୍ୟ ଉଠିବା ସହିତ ଇଣ୍ଟରନେଟ୍ ? ସେବା ପୁନଃସ୍ଥାପିତ ହୋଇଛି ବୋଲି ଜଣାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପରିସ୍ଥିତି ସାମାନ୍ୟ ହେଲେ ମଧ୍ୟ ପୋଲିସକୁ ସତର୍କ ରହିବାକୁ ପଡିବ ଏବଂ କୌଣସି ପରିସ୍ଥିତିରେ କୋହଳ ମନୋଭାବ ପୋଷଣ କରିବା ଉଚିତ୍ ? ନୁହେଁ । ବର୍ତମାନ

ପରିସ୍ଥିତିରେ ସବୁ ସମ୍ଵେଦନଶୀଳ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ସହିତ ପାଟ୍ରୋଲିଂ ଜାରି ରଖାଯାଉ

ଭାଇଚାରାର ସହ ର ରେ ଯେପରି ସାମାଜିକ ସଦ୍‌ଭାବ ଫେରି ଆସିବ ସେଥ‌ିପାଇଁ ବିଭିନ୍ନ ଗୋଷ୍ଠୀର ନେତୃବୃନ୍ଦଙ୍କ ସହିତ ପୋଲିସ ଉଚ୍ଚ ପଦାକାରୀମାନେ ଆଲୋଚନା ଜାରି ରଖୁବା ଆବଶ୍ୟକ ବୋଲି

ମୁଖ୍ୟମନ୍ତ୍ରୀ କହିଥିଲେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାଇଚାରାର ସହର କଟକର ଅବାସୀଙ୍କୁ ଶାନ୍ତି ଶୃଙ୍ଖଳା ଫେରାଇ ଆଣିବା ପାଇଁ ନିବେଦନ କରିଥିଲେ ।

ବ୍ରହ୍ମପୁରର ଆଇନଜୀବୀ ତ‌ଥା ସମାଜସେବୀ ପୀତବାସ ପଣ୍ଡାଙ୍କ ହତ୍ୟାକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ହତ୍ୟାକାରୀମାନଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେବା ସହିତ ଅପରାଧୀ ମାନେ ଯେପରି ଆଇନର ସମ୍ମୁଖୀନ ହେବେ ଓ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇବେ, ସେଥ‌ିପ୍ରତି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button