District
ସରକାରର ମୂଖ୍ଯ ଭ।ବେ ମୋଦୀଙ୍କ ୨୪ ବର୍ଷ ପୂର୍ତ୍ତି
ସରକାରର ମୁଖ୍ୟ ଭାବେ ମୋଦୀଙ୍କ୨୪ବର୍ଷ ପୂର୍ତ୍ତି
ନୂଆଦିଲ୍ଲୀ, ୮/୧୦: ସରକାରର ମୁଖ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ବର୍ଷ ପୂରଣ କରିଛନ୍ତି। ଶାସନ ମୁଖ୍ୟ ଭାବେ ୨୪ବର୍ଷ ପୂରଣ କରି ୨୫ବର୍ଷରେ ପଦାର୍ପଣ କରିଥିବାରୁ ମୋଦୀ ଦେଶବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଶାସନ ମୁଖ୍ୟ ଭାବେ ନିଜର ୨୪ବର୍ଷର କ୍ୟାରିୟର ମଧ୍ୟରେ ମୋଦୀ ୧୩ବର୍ଷ ଗୁଜରାଟର ମୁଖ୍ୟମନ୍ତ୍ରୀ ଓ ୧୧ବର୍ଷ ଭାରତର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୨୦୦୧ ଅକ୍ଟୋବର ୭ରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ୨୦୧୪ ମେ ୨୨ରେ ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୨୦୧୪ ମେ ୨୬ରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦୀଙ୍କ ନେତୃତ୍ୱରେ ୨୦୧୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ
୨୦୨୪ ଲୋକସଭା ନିର୍ବାଚନରେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ସଫଳତା ପାଇ କେନ୍ଦ୍ରରେ ସରକାର ଗଠନ କରିଛି ।