District
ର।ଉଲକୋଲ। ଜଗଦଲପୁର ସମଲେଶ୍ବରୀ ଟ୍ରେନ ରୁ ଏକ ବୃଦ୍ଧ ଙ୍କ ମୃତଦେହ ଉଦ୍ଧାର
ରାଉରକେଲା ଜଗଦଲପୁର ସମଲେଶ୍ୱରୀ ଟ୍ରେନରୁ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର
ଜୟପୁର, ୮/୧୦ ରାଉରକେଲା ଜଗଦଲପୁର ସମଲେଶ୍ଵରୀ ଟ୍ରେନ ର ଏସ ୧ କୋଚ ରୁ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି।
ବର୍ତ୍ତମାନ ସୁଦ୍ଧା ମୃତ ଙ୍କ ପରିଚୟ ମିଳି ପାରି ନାହିଁ। ଘଟଣା ସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଅଧୂକ ତଦନ୍ତ କରୁଛି। ଆଜି ସକାଳ ସମୟରେ କୋରାପୁଟ ରେଲୱେ ଷ୍ଟେସନ ରେ ସମଲେଶ୍ଵରୀ ଟ୍ରେନ ଲାଗିଥିଲା । ଟ୍ରେନ ର ଶୌଚାଳୟ ପାଖରେ ଜଣେ ବୃଦ୍ଧ ପଡି ଥୂ ବାର ଦେଖୁବା ପାଇଁ ମିଳିଥିଲା । ସଙ୍ଗେ ସଙ୍ଗେ ଷ୍ଟେସନ ମାଷ୍ଟର ଙ୍କୁ ଖବର ଦିଆ ଯାଇଥିଲା। ଖବର ପାଇବା କ୍ଷଣି ଷ୍ଟେସନ ମାଷ୍ଟର ଓ ଷ୍ଟେସନ ଡାକ୍ତର ପହଞ୍ଚି ବୃଦ୍ଧ ଙ୍କୁ ଉଦ୍ଧାର କରିଥିଲେ । ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଜିଆରପି ପୋଲିସ
ଶବ ଜବତ କରି ଅଧୂକ ତଦନ୍ତ କରୁଛି।
ସମଲେଶ୍ଵରୀ ଟ୍ରେନ ଏକ ଘଣ୍ଟା ବିଳମ୍ବ ରେ ପହଞ୍ଚିଛି ।