ସେମିଳିଗୁଡ। -ସୁଙ୍କି ର।ଜପଥ ମରଣାଯନ୍ତ
ସେମିଳିଗୁଡା–ସୁଙ୍କି ରାଜପଥ ମରଣଯନ୍ତା
କୋରାପୁଟ, ୭/୧୦: ବର୍ଷରେ ୨୬ ନମ୍ବର ଜାତୀୟ ରାଜପଥର ସେମିଳିଗୁଡ଼ାରୁ ସୁଙ୍କି ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ରାଜପଥର ଏକାଧିକ ସ୍ଥାନରେ ଛୋଟବଡ଼ ଗ।ତ ସୃଷ୍ଟି ହୋଇଛି। ଏଥିଯୋଗୁ ଯାତାୟାତରେ ଯାତ୍ରୀ ନାହିଁ
ନଥିବା ଅସୁବିଧା ଭୋଗୁଛନି । ବର୍ଷା ଯୋଗୁ ଗାତଗୁଡିକରେ ପାଣି ଜମିଯାଇଛି। ଫଳରେ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି ଯତ୍ରୀ। ଏହାକୁ ନେଇ ଯାତ୍ରୀ ଏବଂ ଗ।ଡି ବାଳକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ଭାରତମାଳା ରାସ୍ତା ଓ ଜିନ୍ କାମ ଯୋଗୁ ଜାତୀୟ ରାଜପଥର ବହୁ ସ୍ଥାନ ନଷ୍ଟ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଏଏଚ୍ କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ଆମେ
ଜାତୀୟ ରାଜପଥ ଅଧୀକ୍ଷଣ ଯନ୍ତ୍ରୀ ସୌମ୍ୟଳିନୀ ସେଠୀଙ୍କ ମୋବାଇଲ ନମ୍ବର ୮୨୪୯୮୯,୬୦୩୫ରେ ଯୋଗାଯୋଗ ପାଇଁ ବାରମ୍ବାର ଇଦ୍ୟମ କରିଥିଲୁ । କିଷ୍ଟ ସେ ଫୋନ୍ ଉଠାଇ ନଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।