ବଳଭଦ୍ର ମାଝୀଙ୍କ ବିଭିନ୍ନ ବିଭାଗର ସମୀକ୍ଷ।ବୈଠକ
ବଳଭଦ୍ର ମାଝୀଙ୍କ ବିଭିନ୍ନ ବିଭାଗୀୟ ସମୀକ୍ଷା ବୈଠକ
ନବରଙ୍ଗପୁର:୭/୧୦
ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଶୋକ ମେହେଟା ସମ୍ମିଳନୀ ଗୃହରେ ଅପରାହ୍ନ ୩.୦୦ ଘ ସମୟରେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ମାନ୍ୟବର ବିଧାୟକ ଝରିଗାଁ ନରସିଂହ ଭତରା, ଜିଲ୍ଲାପାଳ ଡ଼ ମହେଶ୍ଵର ସ୍ଵାଇଁ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ) ବିଶ୍ଵଳିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରଓ୍ବାନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଡି ଏଫ୍ ଓ ଶୁଭେନ୍ଦୁ ପ୍ରସାଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରିଥିଲେ। ସାଂସଦ ବଳଭଦ୍ର ମାଝୀ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ,
ସାମାଜିକ ସୁରକ୍ଷା, ରାସ୍ତା ନିର୍ମାଣ, ଜନ ଯୋଗାଣ ଓ ବିତରଣ, ଶ୍ରମ, ପାନୀୟ ଓ ଜଳ ଯୋଗାଣ, ପ୍ରାଣୀ ସମ୍ପଦ, ମତ୍ସ୍ୟ, କ ର୍ଷ, ଜୀବିକ ବିଭାଗର , ଉଦ୍ୟ।ନ, ବନ ବିଭାଗ, ଟେଲିକମ, ଏନ୍ ଏଚ ବାଇପାସ୍, ଅବକାରୀ, ରେଲୱେ ଉପରେ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବିଭିନ୍ନ ସ୍କିମ୍ ର ସମୀକ୍ଷା, ଏହାର ସଫଳ ରୂପାୟନ ଉପରେ ପ୍ରଶ୍ନ ସହ ଯୋଜନା ପୂର୍ବକ କାର୍ଯ୍ୟ ଦକ୍ଷତା ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ । ନିଜ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରି ତାର ପରିପୂର୍ଣତା ମାନଂକ ହାସଲ ପାଇଁ ପଦକ୍ଷେପ ନେବାକୁ ଓ ଅତିଶୀଘ୍ର ଏହାର ପିପିଟି ତକ୍ୟୁ ମେନସନ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷା ବିଭାଗର ଶ୍ରେଣୀ ଅଭାବ, ଶୌଚାଳୟ, ବିଦ୍ୟୁତିକରଣ, ଜଳ ବ୍ୟବସ୍ତା ଉପରେ ପ୍ରଶ୍ନ ସହ ଅତି
ଦୁର୍ଗମ ଅଞ୍ଚଳରେ ବିଦ୍ୟାଳୟ ସହ ଶିକ୍ଷକଙ୍କ ପାଇଁ ଆବାସିକ ବ୍ୟବସ୍ଥା ଉପରେ କହିଥିଲେ । ଜିଲ୍ଲାରେ ମତ୍ସ୍ୟ ଚାଷ ଉପରେ ବିଶେଷ ଗୁରୁତ୍ବ ଦେଇ ୧୦ ଜଣ ମତ୍ସ୍ୟ ଚାଷ ପାଇଁ ଆଗ୍ରହୀଙ୍କୁ ଚିହ୍ନଟ ପୂର୍ବକ ଉତ୍ତରପ୍ରଦେଶ ର ବାର ବାଙ୍କୀ ସ୍ଥାନ କୁ ତାଲିମ ପାଇଁ ପ୍ରେରଣ କରିବାକୁ ଜିଲ୍ଲା ମତ୍ସ୍ୟ ଅଧା କାରୀଙ୍କୁ କହିଥିଲେ।କୃଷି, ଉଦ୍ୟାନ,ଉଠା ଜଳସେଚନ, କ୍ଷୁଦ୍ର ଜଳସେଚନ, ରାଜସ୍ବ ଇତ୍ୟାଦି ବିଭାଗ ମିଳିତ ଭାବରେ ପ୍ରକୃତ ଚାଷୀ ଓ ସାର ଯୋଗାଣ ଉପରେ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ |ସେଭଳି ଶ୍ରମ ବିଭାଗ ଦାଦନ ଶ୍ରମିକ ରୋକିବାକୁ, ଶ୍ରମ ଆଇନ ଅନୁସାରେ ତଦନ୍ତ କରି ହିତାଧୁକାରୀଙ୍କୁ ସହାୟତା, ଦଲାଲ ରାଜ ବନ୍ଦ କରିବା ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଥିଲେ।



