District

ଭିଜିଲାନ୍ସ ଜ। ଲରେ ସହାୟକ ଯନ୍ତ୍ରୀ ଲମ୍ବୋଦର ନାୟକ

ଭିଜିଲାନ୍ସ ପଞ୍ଝାରେ ସହାୟକ ଯନ୍ତ୍ରୀ ଲମ୍ବଧର ନାୟକ

ବୈପାରିଗୁଡା,୭/୧୦: କୁନ୍ଦୁରା ବ୍ଳକର ସହାୟକ ଯନ୍ତ୍ରୀ ଲମ୍ବୋଦର ନାୟକ ଭିଜିଲାନ୍ସ ପଞ୍ଚ।ରେ ଧରାପଡ଼ିଛନ୍ତି । ମନରେଗା କାମର ବକେୟା ବିଲ ବାବଦକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଜୟପୁର ଭିଜିଲାନ୍ସ ଟିମ୍ । ସୂଚନାଯୋଗ୍ୟ ପ୍ରଫୁଲ୍ଲ କୁମାର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଲାଞ୍ଚ ନେଉଥିଲେ । ଏହି ଲାଞ୍ଚ କାରୋବାରରେ କୁନ୍ଦୁରା ଜିଆରଏସ୍ ମଧ୍ୟ ସମ୍ପୃକ୍ତ ଥିବା ଶୁଣିବାକୁ ମିଳୁଛି। ତେବେ ଏହି ଘଟଣାରେ ଭିଜିଲାନ୍ସକୁ ଚକମା ଦେଇ

ଜିଆରଏସ୍ ଖସି ଯାଇଥିବା ସୂଚନା ରହିଛି । ଅଭିଯୋଗକାରୀ ୬ ଲକ୍ଷ ଟଙ୍କାର ମନରେଗା ଯୋଜନାରେ କାମ ପାଇଥିଲେ। ବକେୟା ବିଲ ୩ ଲକ୍ଷ ୧୭୬ ହଜାର ଟଙ୍କା କରେଇ ଦେବାକୁ ଏମାନେ ୭୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ୨୦ ହଜାର ଟଙ୍କା ଅଭିଯୋଗକାରୀ ଦେଇଥିବା ବେଳେ ଆଜି ଆଉ ୨୦ ହଜାର ଟଙ୍କା ଦେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଏଇ ଙ୍କୁ ଜୟପୂର ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ସହାୟକ ଯନ୍ତ୍ର ଶ୍ରୀ ଲୋମ୍ବଦର ନାୟକଙ୍କୁ ଭିଜିଲାନ୍ସ

ବିଭାଗ ପକ୍ଷରୁ ଅଧିକ ପଚରାଉଚରା ଜାରି ରଖୁଥ‌ିବା ଜଣାପଡିଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button