ଜୟପୁର ସହର ରେ ପ୍ରହସନ ପ।ଲଟିଛି ସଛତ।ର ର ସେବ।
ଜୟପୁର ସହରରେ ପ୍ରହସନ ପାଲଟିଛି ସ୍ବଚ୍ଛତା ସେବା
ସନ୍ଦେହରେ ୩୬୧ ଜଣ ସ୍ବଚ୍ଛ କର୍ମୀଙ୍କ ନିୟୋଜିତ ତାଲିକା
ବୈପାରିଗୁଡା / କୋରାପୁଟ, ତ।୬/୧୦ : ଜୟପୁର ସହରରେ ସୂଚ୍ଛତା ଓ ପରିମଳ ବ୍ୟବସ୍ଥା ଦିନକୁ ଦିନ ବିଗିଡ଼ି ବାରେ ଲାଗିଛି। । କେନ୍ଦ୍ର ସରକାରଙ୍କ ସୃଢ ଭାରତ ମିଶନ ସହରରେ 2 ଠିକ କାର୍ଯ୍ୟକାରୀ ହେଉନି। ଜୟପୁର – ପୌଲାଞ୍ଚଳର ସୁଚ୍ଛ ପରିମଳ ବ୍ୟବସ୍ଥାକୁ ଜଣେ ଠିକା ସଂସ୍ଥା ହାତରେ ଟେକି ଦେବାରୁ ଠିକାଦାର ମନମୁଖୀ କାର୍ଯ୍ୟ ଚଳାଇଥିବା ସାଧାରଣ ଅଭିଯୋଗ ହେଉଛି । ଏଲ୍ ଆଣ୍ଡ୍ କେ ଠିକାସଂସ୍ଥା ସହ ଜୟପୁର ପୌରପାଳିକା ମଧ୍ୟରେ ଯାହା ସବୁ ଚୁକ୍ତି ରହିଛି ତାହା ସଠିକ୍ ଭାବରେ କାର୍ଯ୍ୟ ହେଉନାହିଁ । ଜୟପୁର ପୌର ପାଳିକାର ଦାୟିତ୍ବରେ ଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜଣେ = ଆଇଏଏସ୍ ଅଧୁକାରୀ ହୋଇଥିଲେ ମଧ୍ୟ କିନ୍ତୁ ସେ ଏଲ୍ ଆଣ୍ଡ କେ କମ୍ପାନୀର ମନମୁଖୀ କାର୍ଯ୍ୟକୁ ଲୂ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଚୁକ୍ତି ଅନୁଯାଇ ଠିକା ସଂସ୍ଥା ସ୍ବଚ୍ଛତା ଓ ପରିମଳ ସେବାକୁ ଜୟପୁର → ପୌରପାଳିକା ଠାରୁ ମାସିକ ୭୬ ଲକ୍ଷ ଟଙ୍କାରୁ
ରର୍ତ୍ତ ପାଉଣା ପାଉଛି । ସହରର ୨୮ଟି ୱାର୍ଡରେ ସ୍ବଚ୍ଛତା ପାଇଁ ୩୬୧ ଜଣ ସୁନ୍ଥ କର୍ମୀଙ୍କୁ ଠିକା ସଂସ୍ଥା ନିୟୁକ୍ତି ଦେଇଥିବା ପୌରପାଳିକା କାର୍ଯ୍ୟାଳୟରେ ରେକର୍ଡ ରହିଛି। କୁରୁ ତାହା କାଗଜ କଲମରେ ସୀମିତ ରହିଛି । ଏହି ସମ୍ପର୍କରେ ପୌରପାଳିକାର ସୂଚନା ଅଧୁକାରୀ ଗୋପାଳ କୃଷ୍ଣ ସାହୁଙ୍କୁ ୩୬୧ ଜଣ ସ୍ୱନ୍ଥ କର୍ମୀଙ୍କ ତାଲିକା ମାଗିବାରୁ ସେ କହିଛନ୍ତି ଏହି ତାଲିକା ଆମ ପାଖରେ ଉପଲବ୍ଧ ନାହିଁ । ରକ୍ତ ତାଲିକା ଏଇ ଆଣ୍ଡ୍ କେ କମ୍ପାନୀକୁ ମାଗିବା ପାଇଁ ପରାମର୍ଶ ଦେବା ସହ କମ୍ପାନୀ ଜମେଲ ଠିକଣା ପ୍ରଦାନ କରିଥିଲେ। ଶ୍ରୀ ସାହୁଙ୍କ କହିବା ଅନୁସାରେ କମ୍ପାନୀର ଇମେଲ କୁ ୩୬୧ ଜଣ ସୁନ୍ଥ କର୍ମୀଙ୍କ ତାଲିକା ଏବଂ ସେମାନଙ୍କ ଆକାଉଣ୍ଟ ବିବରଣୀ ପ୍ରଦାନ କରିବା ପାଇଁ ଅନୁରୋଧ କରାଗଲା, କିନ୍ତୁ ଠିକା ସଂସ୍ଥା ପକ୍ଷରୁ କୌଣସି ଉତ୍ତର ମିଳିଲା ନାହିଁ । ପରବର୍ତୀ ସମୟରେ ଜୟପୁର ସ୍ଥାନୀୟ ଏଲ୍ ଆଣ୍ଡ୍ କେ ଠିକାସଂସ୍ଥା ର କାର୍ଯ୍ୟାଳୟକୁ ଯାଇ ସେଠାରେ ୩୬୧ କଣ ସୁନ୍ଥ କର୍ମୀଙ୍କ
ତାଲିକା ବିଷୟରେ ପଚାରିବାରୁ ସେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିଲେ ନାହିଁ । କିନ୍ତୁ ଏଠି ବଡ଼ ପ୍ରଶ୍ନ ଉଠୁଛି ଯଦି ପୌରାଞ୍ଚଳରେ ୩୬୧ ଜଣ ସୁନ୍ଥ କର୍ମୀଙ୍କ ନାମରେ ୭୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଠିକା ସଂସ୍ଥା ଟଙ୍କା ପାରଣା ପାଉଛି, ତେବେ ସେମାନଙ୍କ ନାମ ଠିକଣା ସହ ଆକାଉଣ୍ଟ ବିବରଣୀ ପ୍ରଦାନ କରିବାରେ କାହିଁକି ପଛଘୁଞ୍ଚା ଦେଉଛନ୍ତି । ଏଥୁରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ଜୟପୁରେ ସ୍ବଚ୍ଛତା ପାଇଁ ଚୁକ୍ତି ହୋଇଥିବା ନିୟମକୁ ଠିଳା ସଂସ୍ଥା । ବେପରୁଆ ଭାବେ କାର୍ଯ୍ୟ କରୁଛି । ନିଶ୍ଚିତ ରୂପେ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ହେବାର ଆବଶ୍ୟକତା ରହିଛି । ସ୍ବଚ୍ଛତା ବିଷୟରେ ପ୍ରତିଦିନ ଖବର କାଗଜରେ ବାରମ୍ବାର ଖବର ପ୍ରକାଶ ପାଇବା ପରେ ମଧ୍ୟ ପୌର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଜଣାପଡିଛି। ପ୍ରଶାସନିକ ଅଧିକାରୀଙ୍କ ଏପରି ନିରବତା ଯୋଗୁଁ ଠିକା ସଂସ୍ଥା ତାର ମନମୁଖୀ କାର୍ଯ୍ୟ ଜାରି ରଖୁଛି।