ଘୋସଣ।ରେ ସୀମିତ ମେଡିକାଲ କଲେଜ
ଘୋଷଣାରେ ସୀମିତ ମେଡିକାଲ କଲେଜ
ନବରଙ୍ଗପୁର,୬/୧୦: ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ମେଡିକାଲ କଲେଜ ନବରଙ୍ଗପୁର ଜିଲ୍ଲା ସଦର ମହକୁମାରେ ସ୍ଥାପନ କରିବାକୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଦାବି ଜୋର ଧରିଛି। ମେଡିକାଲ ସ୍ଥାପନ କରିବାକୁ ଜିଲ୍ଲା ଆଇନଜୀବୀ ସଂଘ, ଜିଲ୍ଲା ନାଗରିକ କମିଟି, ବରିଷ୍ଠ ନାଗରିକ କମିଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ, ନବରଙ୍ଗପୁର
ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇଁ ପଡ଼ୋଶୀ ଭରସା
ନଭେମ୍ବର ପୁରାତନ ଛାତ୍ର ସଂଘ, ଆଲୁମିନି ଜମିତି, ଅବସରପ୍ରାପ୍ତ ଆକାଶବାଣୀର କେନ୍ଦ୍ର ନିର୍ଦ୍ଦେଶକ ଗୌରଚନ୍ଦ୍ର ତ୍ରିପାଠୀ, କେଏମ୍ ଚନ୍ଦ୍ରମ୍ ପ୍ରମୁଖ ମୁଖ୍ୟମନ୍ତ୍ରୀ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଆଲୁମିନି କମିଟିର କରିଷ୍ଠ ସଦସ୍ୟ ଗୌରଚନ୍ଦ୍ର ତ୍ରିପାଠୀ ପ୍ରଥମେ ଏହି ଦାବିକୁ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପୂରାତନ ଛାତ୍ରଛାତ୍ରୀ ମଧ୍ୟ ଏହି
ଦାବି ଦୋହରାଇଛନ୍ତି ମେଳିକାଲ କଲେଜ ପ୍ରତିଷ୍ଠା ପାଇଁ ନବରଙ୍ଗପୁର ସଦର ମହକୁମାରେ ଆଳଶ୍ୟକୀୟ ସମସ୍ତ ପ୍ରକାର ଯୋଗ୍ୟତା ରହିଥିବା ଯୁକ୍ତି ବାଢ଼ିଛନ୍ତି | ନବରଙ୍ଗପୁର ସହରକୁ
ସମସ୍ତ ପଞ୍ଚାୟତ ସମେତ ରାଜ୍ୟର ପ୍ରମୁଖ ସହରକୁ ଗମନାଗମନ ସୁବିଧା ରହିଛି ମାତ୍ର ୪୦ କିମି ଦୂରରେ ଉମୁରି ଠାରେ ଜୟପୁର ରେଳ ଷ୍ଟେସନ ଏବଂ ବିମାନବନ୍ଦର ରହିଛି। ସେହିପରି ଜୟପୁରରେ ବିକ୍ରମଦେବ ବିଶ୍ଵବିଦ୍ୟାଳୟ,
କୋରାପୁଟଲେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମମେତ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା ପାଇଁ ସର୍ବ ପୂରାତନ ନବରଙ୍ଗପୁର ଜଲେଜ ସମେତ ଡିଗ୍ରି କଲେଜ, ପଲିଟେକନିକ୍ କଲେଜ,
ମତେଲ ଡିଗ୍ରି କଲେଜ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି ରୋଗୀମାନଙ୍କ ଏବଂ କର୍ମଚାରୀମାନଙ୍କ ପାଇଁ ପର୍ଯ୍ୟାପ୍ତ ରହଣୀ ବ୍ୟବସ୍ଥା ସହିତ ସଫିମଲ୍ ଓ ବଜାର ସୁବିଧା ନବରଙ୍ଗପୁରରେ ରହିଛି। ସେହିପରି ଜିଲ୍ଲା
ମୁଖ୍ୟ ଚିକିତ୍ସାଳୟରେ ଆନୁଷଙ୍ଗିକ ଭିତ୍ତିଭୂମି, ଅତ୍ୟାଧୁନିକ ଯନ୍ତ୍ରପାତି ଯେଭଳି ମିଟିମାନ୍, ଭୂମିତି ସହ ଡାଏଲିସିସ୍ ସେବା ଉପଲ ରହିଛି ଏହି ସମସ୍ତ ଆବଶ୍ୟକୀୟ ଭିତ୍ତିଭୂମି ଥିବା ଅଞ୍ଚଳରେ ମେଡିକାଲ୍ କଲେଜ ସ୍ଥାପନ କରାଗଲେ ଏହି ଅଞ୍ଚଳର ସ୍ବାସ୍ଥ୍ୟସେବାର ଆବଶ୍ୟକତା ପୂରଣ ହେବା ସହ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ସହ ନୂତନ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ଜିଲ୍ଲା ଆଇନଜୀବୀ ସଂଘର ସଭାପତି ସିରାଜୁଦ୍ଧିନ ଅହମ୍ମଦ, ଆଲୁମିନି କମିଟିର ଗୌରଚନ୍ଦ୍ର ତ୍ରିପାଠୀ, ଜିଲ୍ଲା ନାଗରିକ କମିଟିର ଜଗନ୍ନାଥ ମହାପାତ୍ର, ରାମପ୍ରମାନ ପାତ୍ର, ବରିଷ୍ଠ ନାଗରିକ ସଂଘର କୁମୁଦ ନାୟକ ପ୍ରମୁଖୀ କହିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଜିଲ୍ଲା ମୁଖ୍ୟ ବିକିତ୍ସାଳୟରେ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ରହିଛି: ତେଣୁ ନବରଙ୍ଗପୁରରେ ମେଡିକାଲ୍ କଲେଜ ଖୋଲାଗଲେ ଏସବୁ ଯନ୍ତ୍ରାଂଶର ବ୍ୟବହାର ମାଙ୍ଗକୁ ରୋଗୀମାନେ ଉତ୍ତମ ଚିକିତ୍ସା ସୁବିଧା ପାଇପାରିବେ ।