DistrictNawarangpurOdisha

ଟ୍ରକ ସହିତ ବସ ଧକ୍କା ମୃତ ୨୦ରୁ ଅଧିକ ଆହତ

ନବରଙ୍ଗପୁର ୦୪/୧୦: ଆଜି ସନ୍ଧ୍ୟା ୫ ଟା ସମୟରେ ପାପଡାହାଣ୍ଡି ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ଆମପାଣି ଘାଟି ଅନ୍ତର୍ଗତ ଖଡକା ଠାରେ ଭବାନୀପାଟଣା ରୁ ଜୟପୁର ଅଭିମୁଖେ ଆସୁଥିବା ଘରୋଇ ଏସବିଏମଏସ ନାମକ ବସ ( ଓଡ଼ି ୧୦ ଇ ୨୨୧୨ ) ସହିଡାହାଣ୍ଡି ପଟରୁ ଭବାନୀପାଟଣା ପଟକୁ ଯାଉଥିବା ମାଲବାହି ଟ୍ରକ (ଡବ୍ଲ୍ୟୁବି ୧୫ ଇ ୧୦୦୬) ଖଡ଼କା ଘାଟି ବୁଲାଣି ରେ ସାମନା ରୁ ପରସ୍ପର ସହିତ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବସ ରେ ଯାତ୍ରା କରୁଥିବା ୨୦ ରୁ ଅଧୁକା ଯାତ୍ରୀ ଆହାତ ହୋଇଛନ୍ତି ।

ଖବର ଶୁଣି ଘଟଣା ସ୍ଥଳରେ ଆମପାଣି ଏବଂ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କର୍ମଚାରି ପହଂଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି, ଏବଂ ରାଜପଥ ରେ ଯାନବାହାନ ଯାତାୟାତ ପାଇଁ ସୁ ବ୍ୟବସ୍ଥା କରୁଛନ୍ତି,ସମସ୍ତ ଆହାତ ମାନଙ୍କୁ ପ୍ରଥମେ ମୈଦଲପୁର ଡାକ୍ତରଖାନା କୁ ନିଆଯାଇଥିଲା କିନ୍ତୁ ଦୁଃଖର ବିଷୟ ସେଠାରେ କୌଣସି ଡାକ୍ତର ନ ଥିବାରୁ ଆହାତଙ୍କୁ ତୁରନ୍ତ ପାପଡାହାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ଏବଂ ନବରଙ୍ଗପୁର ଜିଲ୍ଲା ମୁଖ୍ୟାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button