DistrictHealthKoraputOdisha

ରାଲେଗାଡା ହାଟପଦା ନିକଟସ୍ଥ ମିଶନ ଶକ୍ତି ଗୃହରେ ଏକ ବୃଦ୍ଧଙ୍କ ଶଵକୁ ଉଦ୍ଧାର କଲା ପଟାଙ୍ଗି ପୋଲିସ।

ପାଙ୍ଗି, ୦୩/୧୦: କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ ରାଲେଗଡ଼ା ପଞ୍ଚାୟତର ହାଟପଦା ନିକଟସ୍ଥ ମିଶନ ଶକ୍ତି ଗୃହରେ ଏକ ବୃଦ୍ଧ ପୁରୁଷଙ୍କ ମୃତଦେହ ଉଦ୍ଧାର ହୋଇଛି।

ସ୍ଥାନୀୟ ସୂଚନା ଅନୁସାରେ, ମୃତକ କିଛି ଦିନ ଧରି ମାନସିକ ସମସ୍ୟାରେ ଭୁଲ୍‌ଭୁଲିଆ ଭାବରେ ଗାଁରେ ଘୁରୁଥିବାକୁ ଲୋକମାନେ ଦେଖିଥିଲେ। ଆଜି ସକାଳେ ମିଶନ ଶକ୍ତି ଗୃହ ପାଖରେ ଶବକୁ ଦେଖିବାକୁ ପାଇଲେ ଗ୍ରାମବାସୀ, ଏବେଳେ ସେମାନେ ପଟାଙ୍ଗି ପୋଲିସଙ୍କୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲେ। କିନ୍ତୁ ମୃତକଙ୍କ ସ୍ପଷ୍ଟ ପରିଚୟ ମିଳିନାହିଁ। ପୋଲିସ ଅନୁମାନ କରୁଛନ୍ତି ଯେ, ବୃଦ୍ଧ ପୁରୁଷଙ୍କ ବୟସ୍ ପ୍ରାୟ ୪୦ରୁ ୫୦ ବର୍ଷ ହୋଇପାରେ।
ପରେ ଶବକୁ ପୋଷ୍ଟମର୍ଟମ ପାଇଁ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ପଠାଯାଇଛି। ଏହାସହିତ, ପଟାଙ୍ଗି ପୋଲିସ ମାମଲା ରୁଜୁ କରି ଘଟଣାର ସବିସ୍ତାର ତଦନ୍ତ ଆରମ୍ଭ କରିଛନ୍ତି।

Dilip Khora (Block Reporter) Semiliguda

Related Articles

Leave a Reply

Your email address will not be published. Required fields are marked *

Back to top button