BhanjanagarDistrictOdisha

ଛେଳି ଚୋରି ଅଭିଯୋଗରେ ୪ ଗିରଫ

ଭଞ୍ଜନଗର, ୩୦/୯ : ଛେଳି ଚୋରୀ ମାମଲାରେ ୪ଜଣଙ୍କୁ ପୁଲିସ୍‌ ଗିରଫ କରିବା ସହ ସେମାନଙ୍କ ଠାରୁ ବାଇକ ଓ ଚୋରୀ ଛେଳିକୁ ଉଦ୍ଧାର କରିଛି। ଗଞ୍ଜାମ ଜିଲ୍ଲା ତାରସିଂ ଥାନ ଅଧିନ ଲେମ୍ଭାଇ ଗ୍ରାମରୁ ଛେଳି ଚୋରୀ ଅଭିଯୋଗରେ ପୁଲିସ୍‌ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୭ ତାରିଖ ଦିନ ଗ୍ରାମର କବିରାଜ ଗୌଡ ତାଙ୍କ ଛେଳି ଗୁହାଳର ଝରକା ଭାଙ୍ଗି ଗୋଟିଏ ଛେଳି କିଛି ଦୁବୃର୍ତ୍ତ ଚୋରୀ କରିଥିବା ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ୍‌ କେସ୍‌ ନମ୍ବର ୩୬୫/୨୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ‌ବେଲଗୁଣ୍ଠା ଥାନା ଆମ୍ବପୁଆ ଗ୍ରାମର ଶିବ ନାୟକ,ବଳରାମ ନାହାକ,ଉପେନ୍ଦ୍ର ସେଠୀ ଏବଂ ବେଲଗୁଣ୍ଠାର ମହମ୍ମଦ ସୋଏବ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button