District

ସ୍ତ୍ରୀ କ।ଟି ଦେଲ। ସ୍ଵାମୀ ର ବେକ, ମୃତ ଦେହ ଫେର।ଇ ଆଣିବ।କୁ ନିବେଦନ କଲ। ବୁଡ। ବପ।

ସ୍ତ୍ରୀ କାଟି ଦେଲା ସ୍ବାମୀର ବେକ,ବାହାର ରାଜ୍ୟ ରେ ପଡିଛି ପୁଅର ର ମୃତ ଦେହ ଫେରାଇ ଆଣିବାକୁ ପ୍ରଶାସନ କୁ ନିବେଦନ କଲା ବୁଢା ବାପା

ମହାକାଳପଡ଼ା,୩୦/୯ ୯ ବାହାର ରାଜ୍ୟ ରେ ପଢ଼ି ରହିଛି ପୁଅର ମୃତ ଦେହ। କାନ୍ଦ ବୋବାଳୀ ରେ ଫାଟି ପଡୁଛି ଗାଁ।

ପୁଅର ର ମୃତ ଫଟୋ କୁ ଦେଖୁ ରାହା ଛାଡ଼ି ଏରୁଣ୍ଡି ବନ୍ଧ ରେ କଇଁ କଇଁ ହୋଇ ଛାତି ପିଟି ପିଟି ଭୂଇଁ ରେ ଗତି ଯାଉଛି ମା। ପୁଅ ର ଫଟୋ କୁ ଦେଖ୍ ଚେତା ହରାଇ ବସୁଛି ମା. ଏଭଳି ଏକ ଅଭାବନୀୟ ଘାଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଳକ ତନ୍ତି ଆ ପାଳ ସାମୁଦ୍ରିକ ଥାନା ଅଧୀନ ସୁନୀତି ଗାଁ ର ସୁକାନ୍ଧ ସର୍ଦାର ଙ୍କ ପୁଅ ପ୍ରହଲ୍ଲାଦ ସର୍ଦାର -୩୫ ଆଜ କୁ ୧୫ବର୍ଷ ପୂର୍ବେ ଚେନାଇ ର କୁମାର ନଗର ଆର -ସିକ୍ସ ପୋଲିସ ଷ୍ଟେସନ ଅଧୀନ ରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲେ ଉକ୍ତ ଘରୋଇ କମ୍ପାନୀ ରେ କାମ କରୁ କରୁ ପିଙ୍କି ରାୟ ନାମକ ମହିଳା ଙ୍କୁ ପ୍ରେମ କରି ସେଠାରେ ଉଭୟ ସ୍ବାମୀ ସ୍ତ୍ରୀ ରୂପ ରେ ରହି ଆସୁଥିଲେ। ଗତ କାଲି ୨୮ତାରିଖ ରାତି ରେ ଭଡା ଘରୁ ପୁଅ

ର ବେକ କାଟି ସ୍ତ୍ରୀ ମାରିଦେଇ ଥିବାର ଖବରଚେନାଇ ରୁ ମିଳିବା ପରେ ପରିବାର ରେ କାନ୍ଦ ବୋବାଳୀ ପଡିଯାଇଛି। ଏକ ମାତ୍ର ପୁଅର ର ମୃତ୍ୟୁ ଖବର ପାଇ ପରିବାର ଲୋକ ଦୁଃଖ ରେ ଭାଙ୍ଗି ପଢିବା ସହିତ ଏନେଇ ତନ୍ତିଆ ପାଳ ସାମୁଦ୍ରିକ ଥାନା ରେ ଅଭିଯୋଗ କରି ଛନ୍ତି ମୃତ ପ୍ରହଲ୍ଲାଦ ର ବୁଢା ବାପା ସୁକାନ୍ତ ସର୍ଦାର, ଅପର ପକ୍ଷେ ଅଭାବୀ ପରିବାର ମୃତ ପୁଅ ର ଶବ୍ଦ ଚେନାଇ ରୁ ଘରକୁ ଆଣିବାକୁ ପ୍ରଶାସନ ନୁ ଗୁହାରି କରିଛନ୍ତି।ପ୍ରହଲାଦ ର ମୃତ୍ୟୁ ଖବର ମିଳିବା ପରେ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button