District

ଦାମନଯୋଡ଼ି କୁ ନୂତନ ବ୍ଲକ ଗଠନ ପ।ଇ ଦ।ବି

ଦାମନଯୋଡିକୁ ନୂତନ ବ୍ଲକ ଗଠନ ଦାବି

କୋରାପୁଟ, ୨୯/୮: ନାଲ୍‌କୋ ନଗରୀ ଦାମନଯୋଡିକୁ ନୂତନ ବ୍ଲକ ଘୋଷଣା କରିବାକୁ ନୂତନ ବ୍ଲକ କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାମନଯୋଡି ବ୍ଲକ ଗଠନ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି । କମିଟି ପକ୍ଷରୁ ଦାମନଯୋଡିରେ ନୂତନ ବ୍ଲକ ଗଠନ କରାଯାଇ ମାଥାଲପୁଟ, ଲିଟିଗୁଡା, ମରିଚମାଳ, ଡୁମୁରିପଦର ପଞ୍ଚାୟତ ସହ ସେମିଳିଗୁଡା ବ୍ଳକର ଚରାଙ୍ଗୁଳ ଗ୍ରାମ ପଞ୍ଚାୟତ ଏବଂ ଦଶମନ୍ତପୁର ବ୍ଲଜର ମୁଜାଙ୍ଗ ଗ୍ରାମ ପଞ୍ଚାୟତକୁ ନୂତନ ବ୍ଲକରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛନ୍ତି | କମିଟିର ପ୍ରତିନିଧୂମାନେ କହିଛନ୍ତି ଯେ ଏହି ସମସ୍ତ ଅଞ୍ଚଳ ବର୍ତ୍ତମାନ ବ୍ଲକ ଓ ତହସିଲ କାର୍ଯ୍ୟାଳୟ ଠାରୁ ୬୦ ରୁ ୮୦ କି.ମି ଦୂରରେ ରହିଥ‌ିବାରୁ ସାଧାରଣ ଲୋକ

ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ସେଥ‌ିପାଇଁ ଦାମନଯୋଡି ଠାରେ ଏକ ନୂତନ ପ୍ରଶାସନିକ ବ୍ଲକ ଗଠନ ହେଲେ ସରକାରୀ ଯୋଜନା ଏବଂ ଉନ୍ନୟନ କାର୍ଯ୍ୟକ୍ରମ ସୁବିଧାରେ ଉପରୋକ୍ତ ଗ୍ରାମାଞ୍ଚଳ

ଲୋକଙ୍କ ନିକଟରେ ପହଞ୍ଚିବ। କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ଉପସ୍ଥିତିରେ କମିଟିର ସଭାପତି ଦାମୋଦର ଜାନୀ, ଉପ-ସଭାପତି ରମିଲ କୁଇବାପ, ସାଧାରଣ ସମ୍ପାଦକ ହରେଶ ହନ୍ତାଳଙ୍କ ସହ ଯୁବନେତା ମଦନ ଗୁରୁନା, ଅଭି ସାରନ୍ତା, ଚନ୍ଦ୍ର ସାଲନ୍ତା ଓ ରଞ୍ଜନ ଜାନୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାମନଯୋଡି ଅଞ୍ଚଳର ପ୍ରଶାସନିକ ସମସ୍ୟା, ଦୂରତା ଏବଂ ଲୋକଙ୍କ ଅସୁବିଧା ବିଷୟରେ ଆଲୋଚନା କରି ବ୍ଲକ ଗଠନ ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button