District

କୋଡ଼ିଙ୍ଗା ଲ୍ୟାମ୍ପ ସର ଅନିୟମିତ। ରାଷ୍ଟ୍ରପତି ଙ୍କୁ ଚିଠି ଲେଖିଲେ ଚ।ଷୀ

କୋଡ଼ିଙ୍ଗା ଲ୍ୟାମ୍ପସ୍‌ରେ ଅନିୟମିତ।

ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଚାଷୀ

ନବରଙ୍ଗପୁର,୨୮/୯ : କୋଷାଗୁମଡା ବ୍ଲକ କୋଡିଙ୍ଗା ଲ୍ୟାମ୍ପସ୍‌ରେ ବ୍ୟାପକ ଅନିୟମିତା ଅଭିଯୋଗ କରି ଚାଷୀମାନେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ପଠାଇଛନ୍ତି। ପୂର୍ବରୁ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କେହି ନଶୁଣିବାରୁ ଆଜି ଏଭଳି ପଦକ୍ଷେପ ନେଇଥିବା କଳାମାଳ, ଚିର୍ମା ଗାଁର ଚାଷୀ ସୁବ୍ରତ ମହାପାତ୍ର, ନିରାକାର ବିଷୋୟୀ, ଲକ୍ଷ୍ମଣ ଭତ୍ରା, ପ୍ରଶାନ୍ତ ବିଷୋୟୀଙ୍କ ସମେତ ଅନ୍ୟମାନେ କହିଛନ୍ତି ।

ଚାଷୀଙ୍କ କହିବା ପ୍ରକାରେ, ଲ୍ୟାମ୍ପସ୍‌ରେ ଋଣ ଓ ସାର କାରବାରରେ ବ୍ୟାପକ ଅନିୟମିତତା ହେଉଛି। ଚାଷୀଙ୍କ ପାଇଁ ଆସୁଥିବା ସାରକୁ ଲ୍ୟାମ୍ପ କର୍ମଚାରୀମାନେ ବେପାରୀଙ୍କୁ ବିକ୍ରି କରିଦେଉଛନ୍ତି। ଲ୍ୟାମ୍ପର ଜଣେ କର୍ମଚାରୀ ଏମଡିଙ୍କ ଜାଣତରେ ସାର ଦୋକାନ ଖୋଲି କାରବାର କରୁଛନ୍ତି। ଚାଷୀଙ୍କ ଅଜାଣତରେ ଋଣ କାରବାର କରାଯାଉଛି। ତେଣୁ ଏମଡିଙ୍କୁ ତୁରନ୍ତ ବଦଳି ପାଇଁ ଚାଷୀମାନେ ଚିଠିରେ ଦାବି କରିଛନ୍ତି। ପୂର୍ବରୁ ଅଭିଯୋଗ ପରେ ଲ୍ୟାମ୍ପସ୍ ଏମଡି ଓ ଜଣେ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଥିଲେ । ହେଲେ ତଦନ୍ତର ଦୀର୍ଘଦିନ ପରେ

ମଧ୍ୟ ଡିଆରସିଏସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ପୁଣିଥରେ ଅଭିଯୋଗ ପରେ କେବଳ ଜଣେ କର୍ମଚାରୀଙ୍କୁ ନିଳମ୍ବନ କରାଯାଇଥିଲା । ହେଲେ ଏମଡିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କାରାଯାଇନାହିଁ। ତେଣୁ ଡିଆର୍‌ସିଏସ୍ ଓ ଏଆରସିଏସ୍‌ଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି।

ଏନେଇ ଏଆରସିଏସ ଶିବଶଙ୍କର ପ୍ରଧାନଙ୍କୁ ଯୋଗଯୋଗ କରିବାରୁ ଚାଷୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଲ୍ୟାମ୍ପ ଏମଡି ଓ କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ହୋଇଥିଲା । ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲ୍ୟାମ୍ପସ୍ ପରିଚାଳନା କମିଟିକୁ ସୁପାରିଶ କରାଯାଇଥିଲା। କିନ୍ତୁ କମିଟି ଏମଡିଙ୍କୁ କ୍ଲିନ୍ ଚିଟ୍ ଦେଇ ଜଣେମାତ୍ର କର୍ମ ଚାରୀଙ୍କୁ ନିଳମ୍ବନ କରିଥିବା କହିଛନ୍ତି। ତଥାପି ବିଭାଗ ପକ୍ଷରୁ କମିଟିକୁ କାରଣଦର୍ଶାଆ ନୋଟିସ୍ ଜାରି କରାଯିବ। ଏମଡିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣକରା ନଗଲେ ଆଗାମୀଦିନରେ ବିଭାଗ ପକ୍ଷରୁ ଲ୍ୟାମ୍ପସ୍ ପରିଚାଳନା କମିଟି ଭଙ୍ଗ କରା‌ଯିବ ବୋଲି ସ୍ପଷ୍ଟ କରିଛନ୍ତି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button