District

ସୁରକ୍ଷିତ ରହିବ। କୌଶଳ ଶିଖିଲେ ଟେକ୍ନୋ ଗୁରୁକୂଳର ବିଦ୍ୟାଳୟର ଛାତ୍ର ଛାତ୍ରୀ

ସୁରକ୍ଷିତ ରହିବା କୌଶଳ ଶିଖିଲେ ଛାତ୍ରୀଛାତ୍ର

ନବରଙ୍ଗପୁର, ୨୮/୯

ନବରଙ୍ଗପୁର ଟେକ୍ନୋ ଗୁରୁକୁଳ ଇଂରାଜୀ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଶୁକ୍ରବାର ମଡ୍ରିଲ୍ କରାଯାଇଛି। କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଅଧିକାରୀ ଫାୟର ଅଫିସର ବିଚିତ୍ର ନାରାୟଣ ପଣ୍ଡା, ଅତିରିକ୍ତ ଫାୟର ଅଫିସର ଦେବୀପ୍ରସାଦ ଦାସ, ଷ୍ଟେସନ୍ ଅଫିସର ପ୍ରସାଦ ବେହେରା ଓ ଦୁରାଦକ୍ଷ ବାଗ ପ୍ରମୁଖ ମକ୍‌ଡ୍ରିଲର ଉଦ୍ଦେଶ୍ୟ ଓ ଏହା କାହିଁକି ବିଦ୍ୟାଳୟମାନଙ୍କରେ ପ୍ରଦର୍ଶିତ କରାଯାଉଛି ସେ ସମ୍ପର୍କରେ ଆଲୋକପାତ କରିଥିଲେ । ବନ୍ୟା, ବାତ୍ୟା ସମୟର ଦୈବୀ ଦୁର୍ବିପାକରୁ କିଭଳି ସୁରକ୍ଷିତ ଭାବେ ରହିବା ଓ ଯେଉଁମାନେ ବନ୍ୟାରେ ଫଶିଥିବେ ସେମାନଙ୍କୁ କିଭଳି ଉଦ୍ଧାର କରାଯାଇ ପାରିବ ସେ ନେଇ ଛାତ୍ରୀଛାତ୍ରଙ୍କୁ ମକ୍‌ଡ୍ରିଲରେ ଦେଖାଯାଇଥିଲା। ଆକସ୍ମିକ ଭାବେ ନିଆଁ ଲାଗିଯିବ ସମୟରେ ନିଜକୁ

ଟେକ୍ନୋ ଗୁରୁକୁଳ ବିଦ୍ୟାଳୟରେ ଅଗ୍ନିଶପ ବାହିନୀର ଶକ୍‌ଡ୍ରିଲ୍

କିଭଳି ରକ୍ଷା କରିବା, ଉଦ୍ଧାର କାର୍ଯ୍ୟ କିଭଳି କରାଯାଇଯିବ, ଶ୍ବାସରୁଦ୍ଧଭାବେ କୋଠା ମଧ୍ୟରେ ରହି ଯାଇଥିଲେ କିପରି ଉଦ୍ଧାର କରି ତୁରନ୍ତ ଡାକ୍ତରଖାନା ପହ‌ଞ୍ଚାଯିବ

ସେ ସବୁ ମଡ୍ରିଲ ମାଧ୍ୟମରେ ଅଗ୍ନିଶମ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଦେଖାଇଥିଲେ। ବିଦ୍ୟାଳୟର ପ୍ରିନ୍ସପାଲ ସଂଗ୍ରାମ ନାୟକ, ଭାଇସ୍ ପ୍ରିନ୍ସପାଲ ସରିତା ମହାନ୍ତି, ଶିକ୍ଷୟିତ୍ରୀ ବନୋଜା ପଣ୍ଡା, ଶ୍ରୀୟଜା ପାଢ଼ୀ, ଶିକ୍ଷକ ପ୍ରଶାନ୍ତ ରଥ, ଲେଖରାଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା କୌଶଳ ଦେଖାଉଛନ୍ତି।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button