District

ନଦୀରୁ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର

ନଦୀରୁ ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର

ନବରଙ୍ଗପୁର,୨୭/୯ ‌ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମ ନିକଟ ସିଙ୍ଗାରୀ ନଦୀରୁ ଜଣେ ବୃଦ୍ଧା ଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ସୂଚନାଯୋଗ୍ୟ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ନନ୍ଦପୁରା ଗ୍ରାମର ରୁକୁଣା ଭତ୍ରା (୬୦) ଗତ ୨୪ ତାରିଖ ଦିନ ମଧ୍ୟାହ୍ନ ରେ ଗ୍ରାମ ପାଖ ସିଙ୍ଗାରୀ ନଦୀକୁ ଗାଧୋଇବା ପାଇଁ ଯ।ଇ ଆଉ ଫେରି ନ ଥିଲେ ।

ଗ୍ରାମବାସୀ ନଦୀକୁ ଗାଧୋଇବାକୁ ଯାଇଥିଲେ | ସେହି ସମୟରେ ନଦୀ କୂଳରେ ବୃଦ୍ଧାଙ୍କ ଶବ ଭାସୁଥିବା ଦେଖ୍ ଘରଲୋକଙ୍କୁ ଖବର ଦେଇଥିଲେ ଖବରପାଇ ମୃତକଙ୍କ ପୁଅ ଓ ଗ୍ରାମବାସୀ ମାନେ ଘଟଣା ସ୍ଥଳରେ ପାଣିରୁ ଶବଟିକୁ ଉଦ୍ଧାର କରିଥିଲେ | ପରେ ମୃତକର ପୁଅ ମୃତଦେହ ଚିହ୍ନଟ କରିଥିଲେ । ଏନେଇ ମୃତକର ପୁଅ ବୁଦୁ ଭତ୍ରା ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି । ଉକ୍ତି ଏତଲାକୁ ଭିତ୍ତି କରି ଶିଂସାରି ଫାଣ୍ଡି ଅଧୂକାରୀ ହରିହର ଭତ୍ରା ଘଟଣାସୁଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିଥିଲେ | ପରେ ଶବ ବ୍ୟବଚ୍ଛେଦ ପାଇଁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୩୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button