District

ଉଧେଇ ପ।ରୁନି କୁକୁଡ। ଚ।ଷ ନବରଙ୍ଗପୁର ଜିଲ୍ଲା ରେ

ଉଧେଇ ପାରୁନି କୁକୁଡ଼ା ଚାଷ

ଅଣ୍ଡା ଉତ୍ପାଦନ ବି ନୈରାଶ୍ୟଜନକ, ଚାହିଦା ମେଣ୍ଟାଉଛି ଆନ୍ଧ୍ର

ନବରଙ୍ଗପୁର,୨୭/୯: କୁକୁଡ଼ା ଚାଷ ମାଧ୍ୟମରେ ରୋଜଗାରକ୍ଷମ ଓ ବେକାରୀ ଦୂରୀକରଣ ପାଇଁ ସରକାର ନେଇଛନ୍ତି ପଦକ୍ଷେପ । ଏସଏଚଜି ମହିଳାଙ୍କ ପାଇଁ ସ୍ବତନ୍ତ୍ର ସବସିଡ୍‌ର ବ୍ୟବସ୍ଥା କରିଛନ୍ତି । ତଥାପି ଚାଷ ପ୍ରତି ଇଚ୍ଛା ପ୍ରକାଶ କରୁନାହାଢି ବ୍ୟବସାୟୀ । -ସବସିଡି ମିଳିବା ପରେ ଅନେକ ଫାର୍ମରେ

ଅଣ୍ଡା ଜିଲ୍ଲା ପାଇଁ ଆବଶ୍ୟକ‌ତା ଥିବା ବେଳେ ଉତ୍ପାଦନ ହେଉଛି ୨୦ ହଜାର ଅଣ୍ଡା ଆବଶ୍ୟକ ପଡୁଥିବା ଅନ୍ୟ ଅଣ୍ଡା ଆନ୍ଧ୍ର, ଛତିଶଗଡ଼ ସମେତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରୁ ଆସୁଛି।

ଜିଲ୍ଲା ପ୍ରାଣୀ ବିଭାଗ ସୂଚନାନୁଯାୟର, ବର୍ତ୍ତମାନ ଜିଲ୍ଲାରେ ୬ ଲକ୍ଷ ୪୬ ହଜାର

ଆବଶ୍ୟକ ଅଢ଼େଇ ମେଟ୍ରିକ୍ ଟନ୍, ମିଳୁଛି ଏକ ମେଟ୍ରିକ୍ ଟନ୍‌

ସବସିଡି ହାତେଇବା ପରେ ଅଧା ଫାର୍ମରେ ଚାଷ ବନ୍ଦ

ଏହି କ୍ଷେତ୍ରରେ ମଧ୍ୟ ବିଭାଗକୁ ସଫଳତା ମିଳପାରିନି ଏସ୍ଏଚ୍ଜି ଗ୍ରୁପ ଦ୍ବାରା ୨ ହଜାର ବ୍ରଏଲର କୁକୁଡ଼ା ପାଳନ ପାଇଁ ୪୩ଟି ଫାର୍ମ ନିର୍ମାଣ ଲକ୍ଷ୍ୟ ଥିବା ବେଳେ ୩୯ଟି କାର୍ଯ୍ୟକାରୀ ହୋଇଛି। ୧୨ଟି ଚିଆଁ ପାଳନ କେନ୍ଦ୍ରରୁ ୨ଟି କାର୍ଯ୍ୟକ୍ଷମ ହୋଇଛି। ୭ଟି କ୍ଷୁଦ୍ର କୁକୁଡା ଖାଦ୍ୟ ଉତ୍ପାଦନ ୟୁନିଟ୍ ମଧ୍ୟରୁ ୩ଟି କାର୍ଯ୍ୟକ୍ଷମ ହୋଇଛି। ଜୀବକା ମିଶନ୍ ଯୋଜନାରେ (୫୦୦, ୧୦୦୦, ୧୫୦0, ୨୦୦୦, ୨୫୦୦ ଓ ୩୦୦୦) ବ୍ରଏଲର କୁକୁଡା ପାଳନ ପାଇଁ ୨୨୦ଟି ଫାର୍ମ ନିର୍ମାଣ ଲକ୍ଷ୍ୟ ରହିଛି! ସେଥି ମଧ୍ୟରୁ ମାତ୍ର ୧୧ଟି କାର୍ଯ୍ୟକାରୀ ହୋଇଛି। ଅଣ୍ଡାଦିଆ କୁକୁଡା ପାଳନ କ୍ଷେତ୍ରରେ ମଧ୍ୟ ଅବସ୍ଥା ସେଇୟା ९०००, १०००, ११००० ७ ४००० ଅଣ୍ଡା ଉତ୍ପାଦନ ପାଇଁ ୧୩ଟି ଫାର୍ମର ଯୋଜନା ରହିଛି। କାର୍ଯ୍ୟକାରୀ ହୋଇଛି ମାତ୍ର ଗୋଟିଏ | ବାର୍ଷିକ ଜିଲ୍ଲାରୁ ୬୫.୧ ଲକ୍ଷ ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ଥିବା ବେଳେ ୩୩.୭ଲକ୍ଷ ଅଣ୍ଡା ଉତ୍ପାଦନ ହୋଇଛି।

୨୦୨୪-୨୫ ଆର୍ଥିକ ବର୍ଷରେ ବ୍ରଏଲର କୁକୁଡା ପାଳନ ୧୩୬ଟି ପ୍ରକଳ୍ପରୁ ୧୧୭ଟି ଓ ୧୦୦୦ ଅଣ୍ଡା ଦିଆ କୁକୁଡା ଫାର୍ମ ୮ଟିରୁ ୬ଟି କାର୍ଯ୍ୟକାରୀ ହୋଇଛି। କର୍ମଚାରୀ ସଙ୍କଟ କାରଣରୁ ବିଭାଗୀୟ କର୍ତ୍ତୃପକ୍ଷ ତୃଣମୂଳସ୍ତରରେ ପହଞ୍ଚି ଲୋକଙ୍କୁ ଯୋଜନାର ସୁଫଳ ସମ୍ପର୍କରେ ଅବଗତ କରିପାରୁନଥିବାରୁ କୁକୁଡ଼ା ଚାଷ ପ୍ରତି ଆଗ୍ରହ ହେଉନାହାନ୍ତି ଯୁବ ବ୍ୟବସାୟୀ। ଜିଲ୍ଲାରେ କୁକୁଡ଼ା ମାଂସ ଓ ଅଣ୍ଡା ଉତ୍ପାଦନ ହାର ନୈରାଶ୍ୟଜନକ ସ୍ଥିତିରେ ଥିବାରୁ ଏଥିରେ ସୁଧାର ଆଣିବା ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ରାଧେଶ୍ୟାମ ଲାୟକ

ତାଲା ଝୁଲୁଥିବା ବେଳେ କାଁ ଭାଁ ଚାଲିଥିବା କିଛି ଫାର୍ମରୁ ଯେଉଁ କୁକୁଡ଼ା ଓ ଅଣ୍ଡା ଉତ୍ପାଦନ ହେଉଛି ତାହା ଦୈନିକ ଆବଶ୍ୟକ‌ତାକୁ ପୂରଣ କରିପାରୁନି

ନବରଙ୍ଗପୁର ଜିଲ୍ଲା ପାଇଁ ଦୈନିକ ଅଡ଼େଇ ମେଟ୍ରିକ୍ ଟନ୍ କୁକୁଡ଼ା ମାଂସର ଆବଶ୍ୟକତା ରହିଛି। ହେଲେ ମିଳୁଛି ମାତ୍ର ଏକ ମେଟ୍ରିକ୍ ଟନ୍ ବାଜି ଦେଢ଼ ମେଟ୍ରିକ୍ ଟନ୍ ମାଂସ ଆନ୍ଧ୍ର ଯୋଗାଉଛି। ସେହିପରି ଦୈନିକ ୧ଲକ୍ଷ

୨୪୧ଟି କୁକୁଡ଼ା ରହିଛି। ଚାହିଦା ମେଣ୍ଟାଇବାକୁ କୁକୁଡ଼ା ଓ ଫାର୍ମ ସଂଖ୍ୟା ବୃଦ୍ଧି ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବାଡ଼ି ଅଗଣାରେ ୪୫ଟି ଲେଖାଁଏ କୁକୁଡ଼ା ପାଳନ କରିବା ପାଇଁ ଜିଲ୍ଲାରେ ୧୧୧୩ଟି ଫାର୍ମ ନିର୍ମାଣକୁ ଅନୁମୋଦନ ମିଳିଛି। ଅଥଚ ଆଜି ପର୍ଯ୍ୟନ୍ତ ଗୋଟିଏ ବି କାର୍ଯ୍ୟକାରୀ ହୋଇପାରିନି ସେହିପରି ୫୦ଟି କୁକୁଡ଼ା ପାଳନ ୭୫ଟି ଫାର୍ମର ଲକ୍ଷ୍ୟ ରହିଛି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button