BhanjanagarDistrictOdisha

ବାଘ ଆତଙ୍କ ; ବାଛୁରୀକୁ ମାରି ଖାଇଲା !

ଭଞ୍ଜନଗର,୨୬/୦୯ : ଉତ୍ତର ଘୁମୁସର ବନଖଣ୍ଡ ଜଗନ୍ନଥପ୍ରସାଦ ରେଞ୍ଜରେ ବାଘ ଆତଙ୍କ ଦେଖା ଦେଇଛି। ବେଲଗୁଣ୍ଠା ବିଟ ବଣୀଆପଲ୍ଲୀ ଗାଁ ନିକଟ ଜଙ୍ଗଲରେ ଅଜଣା ଜନ୍ତୁ ଆକ୍ରମଣରେ ଏକ ବାଛୁରୀ ମୃତ୍ୟୁ ହୋଇଛି। ଗ୍ରାମର ଧନୁ ଗୌଡ଼ ଗାଈ କୁଆଁରିରେ ଶତାଧିକ ଗାଈବାଛୁରୀକୁ ବାନ୍ଧି ଘରକୁ ଯାଇଥିବା ବେଳେ ଜଙ୍ଗଲରୁ ଏକ ବାଘ ଆସି ବାଛୁରୀକୁ ଟାଣି ନେଇଥିଵା ସେ ଅଭିଯୋଗ କରିଛନ୍ତି। ସେହିପରି ସ୍ଥାନୀୟ ଲୋକଙ୍କ ପାଟିଶୁଣି ଅଧାରେ ଏକ ଛେଳିକୁ ଛାଡି ଦୌଡ଼ି ପଳାଇଥିବା ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ବାଘ ନାଶୁଣି ସ୍ଥାନୀୟ ଲୋକେ ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଘଟଣା ସ୍ଥଳରେ ରେଞ୍ଜର ସୁଜାତା ରାଣୀ ପଣ୍ଡା ଓ କର୍ମଚାରୀ ମାନେ ପହଂଚି ମୃତ ବାଛୁରୀ କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିଲେ। ଉକ୍ତ ଅଞ୍ଚଳରେ କିଛି ଦିନ ହେବ ଅଜଣା ଜନ୍ତୁ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଅଞ୍ଚଳ ରୁ ଛେଳି, ମେଣ୍ଢା ଓ ବାଛୁରୀ କୁ ବାଘ ମାରି ଖାଇଥିବା ଲୋକେ କହୁଛନ୍ତି । ଆଜି ଏକ ବୁଦା ମୂଳେ ଏକ ଅଧାଖିଆ ବାଛୁରୀର ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button