ଆନ୍ତଃ ଜିଲ୍ଲା ଅନୁଭୂତି ପ୍ରଦର୍ଶନ ରେ ଭୂବନେଶ୍ବର ଗସ୍ତ
ଆନ୍ତଃଜିଲ୍ଲା ଅନୁଭୂତି ପରିଦର୍ଶନରେ ଭୁବନେଶ୍ବର ଗସ୍ତ
ନବରଙ୍ଗପୁର, ତା୨୬/୯
ପରିଦର୍ଶନ ଯିବାର ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଅନ୍ତଃଜିଲ୍ଲା ଅନୁଭୂତି ସକାଶେ ପରିଦର୍ଶନ ଯିବାର ବ୍ୟବସ୍ଥା ଥିବାରୁ ନବରଙ୍ଗପୁର ଜିଲ୍ଲା ସମାଜ କଲ୍ୟାଣ ବିଭାଗ ତରଫରୁ ଅଦ୍ବିକା ଯୋଜନା ଅଧୀନରେ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା, ପାପଡ଼ାହାଣ୍ଡି, ଡାବୁଗାଁ, ଉମରକୋଟ ବ୍ଲକ୍ ର ୧୪ ବର୍ଷରୁ ୧୮ ବର୍ଷିଆ ୩୩ ଜଣ କିଶୋରୀ ବାଳିକା ରାଜଧାନୀ
ଭୁବନେଶ୍ବର ଗସ୍ତ କରିଛନ୍ତି । ଗସ୍ତ ଶୁଭାରମ୍ଭ ସମୟରେ ଜିଲ୍ଲାପାଳ ଡ. ମହେଶ୍ବର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ବିଧାୟକଙ୍କ ପ୍ରତିନିଧ୍ ଦେବଦାସ ମହାକୁଡ, ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କିଶୋରୀ ଯାତ୍ରୀଙ୍କୁ ପତକା ଦେଖାଇ ଶୁଭଯାତ୍ରାର ଶୁଭେଚ୍ଛା କାମନା କରିଥିଲୋ ଏହି କିଶୋରିଙ୍କ
ସୁରକ୍ଷା ଦାୟିତରେ ରୋମା ପଟ୍ଟନାୟକ, କର୍ମକର୍ତା ସସ୍ମିତା ପାତ୍ର, ପ୍ରୀତି କୁମାରୀ ବାଘ, ସୁମିତ୍ ରାଜ, ମିଶନ ଗ୍ରାହାମ ଏବଂ ଚାରି ବ୍ଲକର ଚାରି ଜଣ ଅଙ୍ଗନୱାଡ଼ି କର୍ମୀ ରହିଛନ୍ତି ଭୁବନେଶ୍ବର ଠାରେ ବିଶ୍ବ ଦକ୍ଷତା କେନ୍ଦ୍ର, କଲିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର ଆଇଟିଆଇ ପରିଦର୍ଶନ କରାଇ କିଶୋରୀ ମାନଙ୍କ ମଧ୍ୟରେ ସାବଲମ୍ବୀ ହେବାର ଆଗ୍ରହ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି ଗସ୍ତର ଆୟୋଜନ କରାଯାଇଛି।