District

ମନମୋହୁଛି ପୁରୀ ଜଗନ୍ନାଥ, ପ୍ରେମ ମନ୍ଦିର ତୋରଣ

ମନମୋହୁଛି ପୁରୀ ଜଗନ୍ନାଥ, ପ୍ରେମ ମନ୍ଦିର ତୋରଣ

ପାପଡ଼ାହାଣ୍ଡି, ୨୬/୯: ଦଶହରା ପାଇଁ ଚଳଚଞ୍ଚଳ ହୋଇଉଠିଛି ପାପଡ଼ାହାଣ୍ଡି। ରଙ୍ଗୀନ ଆଲୋକମାଳାରେ ଅଞ୍ଚଳ ଝଲସୁଛି। ଚଳିତବର୍ଷ ପୁରୀ ଜଗନ୍ନାଥ ଧାମ ମନ୍ଦିର ଓ ଉତ୍ତରପ୍ରଦେଶ ପ୍ରେମ ମନ୍ଦିର ସଦୃଶ ତୋରଣ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ଚଳିତବର୍ଷ ୨ସ୍ଥାନରେ ରାବଣପୋଡ଼ି ପାଇଁ ପ୍ରସ୍ତୁତି ଚାଲିଛି। ବସଷ୍ଟାଣ୍ଡ ସାର୍ବଜନୀନ ପୂଜା କମିଟି ପକ୍ଷରୁ ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ତୋରଣ କରାଯାଇଛି। ୮୦ଫୁଟ ଉଚ୍ଚ, ୪୫ଫୁଟ ଓସାରର ଏହି ତୋରଣକୁ କୋଲକାତାର କାରିଗର ୬୦ଦିନ ପରିଶ୍ରମ କରି ପ୍ରସ୍ତୁତ କରିଛନ୍ତି ସେହିପରି ଆଲୋକମାଳା ସଜାଇବାକ ପାଇଁ ମଧ୍ୟ କୋଲକାତାରୁ କାରିଗର ଆସିଛନ୍ତି। ମା’ଙ୍କ ୧୫ଫୁଟ ଉଚ୍ଚତାର ମୂର୍ତ୍ତିକୁ କେନ୍ଦ୍ରାପଡ଼ାର କମଳାକାନ୍ତଙ୍କ ଦଳ ନିର୍ମାଣ କରୁଛନ୍ତି। ଷଷ୍ଠୀ ରାତିରେ ବେଲବରଣ, ସପ୍ତମୀଠାରୁ ମଣ୍ଡପରେ ମା’ଙ୍କ ପୂଜା ଆରମ୍ଭ ହେବ ବୋଲି ଆୟୋଜକ କହିଛନ୍ତି। ମନୋରଞ୍ଜନ ପାଇଁ ନବମୀ

ରାତ୍ରିରେ ମେଲୋଡି, ଦଶମୀରେ ଆଦିବାସୀ ନାଟକ ପରିବେଷଣ କରା‌ଯିବ ବୋଲି କମିଟି ସଭାପତି ବି. ଜଗନମୋହନ ରାଓ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀଶ୍ରୀଶ୍ରୀ ଦୁର୍ଗାପୂଜା କମିଟି ପକ୍ଷରୁ ଉତ୍ତର ପ୍ରଦେଶ ପ୍ରେମ ମନ୍ଦିର ତୋରଣ କରାଯାଇଛି। ୮୫ଫୁଟ ଉଚ୍ଚ ଓ ୭୦ଫୁଟ ଓସାର ଥିବା ଏହି ତୋରଣକୁ କୋଲକାତା କାରିଗର ନିର୍ମାଣ କରୁଛନ୍ତି। ତୋରଣ ସାଜସଜା ଦାୟିତ୍ଵ ପୁରୀର କଳା ଶିକ୍ଷକ ତୁଲାଉଛନ୍ତି। ନବରଙ୍ଗପୁର ଜିଲ୍ଲା ପିଲାକା ଗାଁର କାରିଗର ଏଠାରେ ମୂର୍ତ୍ତି ନିର୍ମାଣ କରିଛନ୍ତି। ଦଶହରା ଦିନ ଏଠାରେ ରାବଣପୋଡ଼ି କାର୍ଯ୍ୟକ୍ରମ ରହିଛି। ନବମୀରେ ମେଲୋଡି, ଦଶମୀରେ ଆଦିବାସୀ ନାଟକ କରା‌ଯିବ ବୋଲି କମିଟି ସଭାପତି ଜି. ଅନନ୍ତମୂର୍ତ୍ତି କହିଛନ୍ତି । ପ୍ରତିବର୍ଷ ପରି ଚଳିତବର୍ଷ ଅବିଭକ୍ତ କୋରାପୁଟ ଜିଲ୍ଲା ସହ କଳାହାଣ୍ଡି ଓ ଛତିଶଗଡ ଅଞ୍ଚଳର ଦର୍ଶକଙ୍କ ଭିଡ ଜମିବାର ସମ୍ଭାବନା ରହିଛି। ଏହି ଅବସରରେ ମୀନାବଜାରର ବ୍ୟବସ୍ଥା କରାଯାଇଛି

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button