BhanjanagarDistrictOdisha

୨୬ ପଟିଆ ହାତୀପଲ ଉପଦ୍ରବ ଦୁଇ ଗାଈକୁ ଆକ୍ରମଣ ସହ ବ୍ୟାପକ ଫସଲ ନଷ୍ଟ

ଭଞ୍ଜନଗର,୨୫/୯ : ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ ବନାଞ୍ଚଳରେ ଏକ ୨୬ ପଟିଆ ହାତୀପଲ ରହିଥିବା ବେଳେ ଏବେ ଧିରେ ଧିରେ ଜଙ୍ଗଲରୁ ବାହାରକୁ ଆସୁଥିବା ଖବର ଜଣାପଡିଛି। ଫସଲ ନଷ୍ଟ ଚାଷୀଙ୍କ ପାଇ ବଡ ଚିନ୍ତାର କାରଣ ପାଲଟିଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ହାତୀଙ୍କୁ ଘଉଡାଇବାକୁ ପ୍ରୟାସ ଜାରି ରଖିଛନ୍ତି। ଉକ୍ତ ପଲରେ ୨୬ ଟି ହାତୀ ରହିଥିବା ବେଳେ ଏହି ପଲରୁ କିଛି ଦନ୍ତା ଅଲଗା ହୋଇ ମଧ୍ୟ ବୁଲୁଥିବା ଖବର ଜଣାପଡିଛି।

ହାତୀପଲ ବର୍ତ୍ତମାନ ମୁଜାଗଡ ବନାଞ୍ଚଳର ଭଞ୍ଜନଗର ସେକ୍ସନ୍‌କୁ ଚାଲି ଆସିଥିବା ବେଳେ ଗତକାଲି ରାତିରେ ବଡପଥରା ଗ୍ରାମ ନିକଟରେ ସୁବାସ ଗୌଡ଼, ସୀମାଞ୍ଚଳ ଗୌଡ଼, ଆପନା ବେହେରାଙ୍କ ଚାଷ ଜମିରେ ପଶି ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଗତକିଛି ଦିନ ତଳେ ମୁଜାଗଡ ସେକସନ୍ ଅଧିନ ଡାଙ୍ଗୁଆପଲ୍ଲୀ ଗ୍ରାମର ମହେଶ୍ବର ପରିଚ୍ଛାଙ୍କ ଗାଇକୁ ଏକ ଦନ୍ତା ଆକ୍ରମଣ କରିବା ସହ କୁଟୁଣୀକୁମ୍ପା ଗ୍ରାମରେ ମଧ୍ୟ ଗୋଟିଏ ଗାଈକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ହାତୀ ଅକ୍ରମଣରେ ପିଠି ନିକଟରେ ଆଘାତ ଲାଗିଥିବା ବେଳେ ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା କରିଥିବା ଜଣାପଡିଛି।

ଏଥିସହ ଜଙ୍ଗଲ ନକଟବର୍ତ୍ତି ଇଲକାରେ ହାତୀ ସମେତ ଅନ୍ୟାନ୍ୟ ହିଂସ୍ର ଜନ୍ତୁଙ୍କ ଭୟ ରହୁଥିବାରୁ ସେଠାରେ ଗୃହପାଳିତ ପଶୁ ତଥା ଗାଇ କୁଆଁର ନକରିବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଲୋକ ବ୍ୟବସ୍ଥା ଥିବା ତଥା ଜନବସତି ନିକଟରେ ଗୃହପାଳିତ ପଶୁଙ୍କୁ ରଖିବା ଦ୍ବାରା ଜଙ୍ଗଲୀ ହିଂସ୍ର ଜନ୍ତୁଙ୍କ ଆକ୍ରମଣ ଭୟ କମ ରହିଥାଏ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିସହ ଆଗକୁ ଧାନ ଫସଲ ଅମଳ ସମୟରେ ହାତୀଙ୍କ ସୁରକ୍ଷା ସାଙ୍ଗକୁ ନିଜ ସୁରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇ ଦୁସାହାସିକ ଭାବେ ହାତୀପଲକୁ ସାମ୍ନା ନକରିବାକୁ ମଧ୍ୟ ବିଭାଗ ପକ୍ଷରୁ ସଚେତନ କରାଯାଉଥିବା ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ପ୍ରକାଶ କରିଛନ୍ତି।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button