District

ଅବକ।ରୀ ବିଭାଗ ଚଡ।ଉ ୧୨କେଜି ଗଞ୍ଜେଇ ଜବତ୍ ସହ ଜଣେ ଗିରଫ

ଅବକାରୀ ବିଭାଗ ଚଢ଼ାଉ ୧୨କେଜି ଗଞ୍ଜେଇ ଜବତ୍ ସହ ଜଣେ ଗିରଫ।

ବାରିପଦା, ୨୬/୯ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅବକାରୀ ବିଭାଗ ପକ୍ଷରୁ ଟାଙ୍ଗିଆ ଗ୍ରାମରେ ଚଢ଼ାଉ କରି ୧୨ କେଜି ଓଜନର ଗଞ୍ଜେଇ ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ରରୁଆଁ ଥାନା ଅନ୍ତର୍ଗତ ଟାଙ୍ଗିଆ ଗ୍ରାମର ରାଜକିଶୋର ଭୋଇ (୫୩)। ସୂଚାଯୋଗ୍ୟ କି କରଞ୍ଜିଆ ଅବକାରୀ ବିଭାଗ କରଞ୍ଜିଆ ଥାନା ଅନ୍ତର୍ଗତ ରାମଚନ୍ଦ୍ର ପୁର୍ ଗ୍ରାମରେ ପ୍ରହରା ମାରୁଥିବା ସମୟରେ ରାଜକିଶୋର ଭୋଇ ଗଞ୍ଚେଇ ରଖୁଥୁବା କୌଣସି ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଉପ ଅଧୂକ୍ଷକ ସୌମ୍ୟକାନ୍ତ ବେହେରାଙ୍କ ତତ୍ତ୍ବଧାନରେ ଇନ୍ସପେକ୍ଟର ବିନୟ କୁମାର ତିର୍କି କରଞ୍ଜିଆ ଓଆଇସି ରଶ୍ମି ରଞ୍ଜନ ନାୟକ ଙ୍କ ସମେତ ସମସ୍ତ ଅବକାରୀ ବିଭାଗ କର୍ମଚାରୀ ମିଳିତ ହୋଇ ଅଭିଯୁକ୍ତ ରାଜକିଶୋର ଭୋଇ ଙ୍କ ଠାରୁ୧୨ କେଜି ଗଞ୍ଜେଇ ଜବତ କରାଯାଇଛି।ଏ ନେଇ ଅବକାରୀ ଥାନାରେ କେଶ୍ ନମ୍ବର୍ ୧୨୦/୨୫-୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କୁ କରଞ୍ଜିଆ ମାନ୍ୟବର ଅଦାଲତ କୁ ପଠେଇ ଦିଆଯାଇଥିବା ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି I ତେବେ ଆଗକୁ ପୂଜା ପାର୍ବଣ ଋତୁ ଆସୁଥିବାରୁ ଗଞ୍ଜେଇ ବ୍ୟବସାୟୀ ବଢ଼ୁ ବାର ଜଣା ପଡ଼ିଥିବା ବେଳେ। ତେଣୁ ଏହି ପରି ଚଢ଼ାଉ ଆଗାମୀ ଦିନରେ ଜାରିରହିବ ବୋଲି କରଞ୍ଜିଆ ଅବକାରୀ ଓଆଇସି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button