District

ଜୟପୁର ଦେବୋତ୍ତର ନିମନ୍ତ୍ରଣ

ଜୟପୁର ଦେବୋତ୍ତର ନିମନ୍ତ୍ରଣ

ନନ୍ଦପୁର,୨୬/୯: ଐତିହାସିକ ନନ୍ଦପୁରରେ ଥିବା ରାଜାଙ୍କ ପ୍ରତିଷ୍ଠିତ ଦେବୀ ପୀଠରୁ ଲାଠି, ପାଟଖଣ୍ଡା ଧରି ରାଜାଙ୍କ ନିଯୁକ୍ତ ସେବାୟତ ଜୟପୁର ଯିବେ। ରାଜାଘରେ ଦଶହରା ପର୍ବର ନୀତିକାନ୍ତି ପାଳନ ହେବୋ ରାଜ ଅମଳରୁ ପ୍ରଚଳିତ ଏହି ବିଧିରେ ସାମିଲ ହେବାକୁ ଜୟପୁର ରାଜ ବାଟିକା ଓ ଦେବୋତ୍ତର ବିଭାଗ ପକ୍ଷରୁ ଆଜି ନନ୍ଦପୁରର ଦେବୀ ପୀଠ ଓ ସେବାୟତଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ ପତ୍ର ଓ ସାମଗ୍ରୀ ଧରି ରାଜାଙ୍କ କଙ୍ଗାର ମୁଠା ଦେବସ୍ଥାନ ନାୟକ, ମଧୁସୂଦନ ନାୟକ, ବଗେଇ ପଦର ଭୈରବୀ, ପେଣ୍ଡ୍ରାଣୀ ଗାଙ୍ଗାମା ପୂଜାରୀ, ଜୟପୁର ଦେବୋତ୍ତର ବିଭାଗର ସନ୍ଦୀପ ଦଳେଇ ଓ ସୁମନ୍ତ କୁମାର ସାହୁ ପ୍ରମୁଖ ନନ୍ଦପୁର ଆସିଥିଲେ। ରାଜାଙ୍କ ପ୍ରତିଷ୍ଠିତ ବତ୍ରିଶ ସିଂହାସନ ପୀଠ, ଭୈରବ ପୀଠ, ଭଣ୍ଡାରଘରଣୀ ଓ ଦୁଆରଶୁଣି ପୀଠରେ ପ୍ରତିଷ୍ଠିତ ଦେବୀ ଓ ସେବାୟତଙ୍କୁ ରାଜାଙ୍କ ନିମନ୍ତ୍ରଣ ପତ୍ର ଦେଇଥିଲେ। ରାଜ ଆଜ୍ଞା ଓ ନୀତିକାନ୍ତି ସମ୍ପର୍କରେ ସୂଚନା ଦେଇ ପୀଠର ଲାଠି, ପାଟଖଣ୍ଡା, ଆଦି ପୀଠର ପ୍ରତୀକ ଧରି ଜୟପୁର ରାଜବାଟିକାର

ଦଶହରା ବିଧିରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ । ନିମନ୍ତ୍ରଣପତ୍ର ରାଜାଙ୍କ ନିଯୁକ୍ତ ନନ୍ଦପୁର ଦଳପତି ପରିବାରର ଭୁବନେଶ୍ଵର ଦଳପତି, ପାଲି ପରିବାରର ଗୋବଦ୍ଧନ ପାଲି, ବାଟଘରିଆ ପରିବାରର ରାମଚନ୍ଦ୍ର ବାଟଘରିଆ, ବତ୍ରିଶ ସିଂହାସନ ପୀଠର ପୂଜକ, ୩ଭୈରବ

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button