District

ସରକାରୀ କର୍ମଚାରୀଙ୍କ ଛୁଟି ବ।ତିଲ

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ନବରଙ୍ଗପୁର, ୨୪/୯: ଲଘୁଚାପ ଜନିତ ବର୍ଷା ପ୍ରଭାବରେ ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ବିଶେଷକରି ଗତକାଲି ଓ ଆଜି ପ୍ରବଳ ବର୍ଷା ହୋଇଛି। ଆଜି ଗୋଟିଏ ଦିନରେ -୨୩୬.୯ ମିମି ବର୍ଷା ରେକର୍ଡ ହୋଇଛି ପଳରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ

ଉମରକୋଟ ବ୍ଲକରେ ସର୍ବାଧିକ ୧୨୫.୨ମିମି ବର୍ଷା ହୋଇଛି। ସେହିଭଳି ९९ศิศิ ନବରଙ୍ଗପୁରରେ ନନ୍ଦାହାଣ୍ଡିରେ ୪.୩ମିମି, ତେନ୍ତୁଳିଖୁଣ୍ଟି ୧୩ମିମି, ପାପଡ଼ାହାଣ୍ଡିରେ ୧୧ମିମି, କୋଷାଗୁମୁଡ଼ାରେ ୧୮.୪ମିମି, ଡାବୁଗାଁରେ ୨୮ମିମି, ରାଇଘରରେ ୪ମିମି, ଝରିଗାଁରେ ୧୫ ମିମି ଓ ଚନ୍ଦାହାଣ୍ଡିରେ ୭ମିମି ବର୍ଷା ହୋଇଛି | ବର୍ଷା ଯୋଗୁଁ ବର୍ଷତମାମ ଦଶହରା ବେପାରକୁ ଅନେଇ ବସିଥିବା ବେପାରୀମାନେ ନିରାଶ ହୋଇଛନ୍ତି। ରାସ୍ତାଘାଟ ବଜାର ଖାଁ ଖାଁ ରହିଥିବାରୁ ଋତୁକାଳୀନ ଓ

ଉଠାଦୋକାନୀମାନେ ବେଶ କ୍ଷତି ସହିବାକୁ ପଡ଼ିଛି। ସକାଳୁ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ବର୍ଷା ଯୋଗୁଁ ଇଦ୍ରାବତୀ ନଦୀ ଓ ନାଳ ଗୁଡ଼ିକ ଫୁଲି

ଉଠିଛି ଚାଷ ଜମିରେ ପାଣି ପଶିଯିବାରୁ ଫସଲ ନଷ୍ଟ ହୋଇଛି ବର୍ଷା ଯୋଗୁଁ ଗାଁ ଗହଳି ଏବଂ ବସ୍ତି ଅଞ୍ଚଳର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ବସ୍ତି ବାସିନ୍ଦାମାନେ କାମଧନ୍ଦା କରିବାକୁ ଘରୁ ବାହରକୁ ବାହାରି ପାରୁ ନାହାନ୍ତି ଗାଁ ଗହଳିରୁ ସହରକୁ ଆସି ପନିପରିବା ବିକ୍ରି କରୁଥିବା, ଦିନ

ମଜୁରିଆମାନଙ୍କ ଉପରେ ବର୍ଷାର ପ୍ରଭାବ ବେଶି ମାତ୍ରାରେ ଦେଖିବାକୁ ମିଳିଛି ସହରର ବିଭିନ୍ନ ଛକ ଓ ମୁଖ୍ୟରାସ୍ତା, ଦୈନିକ ବଜାର, ଦ୍ଵିତୀୟ ଦୈନିକ ବଜାର ରାସ୍ତା ପାର୍ଶ୍ଵରେ ବସି ପନିପରିବା ବିକ୍ରି କରୁଥିବା ମହିଳାମାନେ ପଲିଥିନ୍ ପକାଇ ରହିଥିବା ଦେଖିବାକୁ ମିଳିଛି। ବର୍ଷାରେ ନାଳନର୍ଦ୍ଦମା ଗୁଡ଼ିକରେ ପାଣି ଜମା ହୋଇ ବାହାରକୁ ଉଛୁଳି ରାସ୍ତା ଉପରେ ଚାଲୁଥିବା ଦେଖିବାକୁ ମିଳିଥିଲା ଆଜି ଦିନ ତମାମ ନବରଙ୍ଗପୁର ସହରରେ ପ୍ରବଳ ବର୍ଷା ଲାଗି ରହିଥିଲା। ଫଳରେ ଦଶହରା ପୂଜା ବଜାର ପିକା ପଡ଼ିଯାଇଛି। ଅପରପକ୍ଷରେ ଲଗାଣ ବର୍ଷା ଏବଂ ରାଜ୍ୟ ପାଣିପାଗ ବିଭାଗର ଲଘୁଚାପ ବର୍ଷା ଜନିତ ସତର୍କ ସୂଚନାକୁ ଭିତ୍ତ କରି ଜିଲ୍ଲାପାଳ ତ. ମହେଶ୍ଵର ସ୍ବାଇଁ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ଯଦି କେହି ଛୁଟିରେ ଥିଲେ ୨୫ ତାରିଖ ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ହୋଇଛି| ଏହାର ଖିଲାଫ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ରହିଛି।

COLLECTORATE: NABARANGPUR

No 14472/XIX-16/2025

Dtd: 24.09.2025

ORDER

As per the special bulletin received from IMD, a low-pressure lay is likely to form and become a depression and likely to cross South Odisha, North Andhra Pradesh coasts around 27th September, 2025 Heavy to Very Heavy rain and thunderstorm with lightning likely to occur in Nabarangpur District

In view of the above, all the leaves of Government officials of Nabarangpur district are hereby cancelled and they are directed to report back to their respective headquarters immediately. All the officers and staff should not leave their respective headquarters from 25.09.2025 onwards until further orders without prior permission of the Collector, Nabarangpur.

Any deviation will be viewed seriously

By order of Collector,

24-09-25

Additional District Magistrate,

Nabarangpur.

Memo No 14472/2025

Dated:

24.09.2025

CDO-cum-EO, Zilla Parisad, Copy forwarded to the Nabarangpur/ Sub-Collector, Nabarangpur/ P.A, ITDA, Nabarangpur/ All BDOS/ All Tahasildars/ All CDPOS/ DWO/ DSWO/DPO/ DIPRO/RTO/ All District level officers for information and necessary action.

W 4-09-25

Additional District Magistrate

Nabarangpur

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button