କୁଲାଡ଼ ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ୧୭ ଜଣିଆ କମିଟି ଗଠନ

ଭଞ୍ଜନଗର,୨୪/୯ : ଭଞ୍ଜନଗର ବ୍ଲକ ଅଧିନ କୁଲାଡ଼ ଜଗନ୍ନାଥ ମନ୍ଦିର ଭଞ୍ଜ ରାଜବଂଶ ସମୟରେ ପ୍ରତିଷ୍ଠା ହୋଇଥିବା ବେଳେ ପୁରୀ ଶ୍ରୀମନ୍ଦିରକୁ ଅନୁକରଣ କରି ଏଠାରେ ମଧ୍ୟ ଅନେକ କାରୁକାର୍ଯ୍ୟ କରାଯାଇଥିବା ବେଳେ ଭଞ୍ଜ ରାଜବଂଶ ରାଜା ମାନେ ଏହି ମନ୍ଦିରର ଉନ୍ନତି ପାଇଁ ବହୁବିଦ୍ଧି ପ୍ରୟାସ କରିଥିଲେ।

ବର୍ତ୍ତମାନ ଏହି ମନ୍ଦିର ସରକାରଙ୍କ ଦେବୋତ୍ତର ବିଭାଗ ଅଧିନରେ ରହିଛି। ତଥାପି ବର୍ଷ ତମାମ ଏହି ମନ୍ଦିରରେ ବିଭିନ୍ନ ଯାନିଯାତ୍ରା,ଉତ୍ସବ ହେଉଥିବା ବେଳେ ଏହାର ପରିଚାଳନା ପାଇଁ ଏକ କମିଟି ଗଠିତ ହୋଇଛି। ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଏକ ୧୭ ଜଣିଆ କମିଟି ଗଠନ ହୋଇଛି। ଏଥିସହ ଦୁଇଜଣକୁ ଉପଦେଷ୍ଟା ଭାବେ ଦାୟିତ୍ବ ଦିଆଯାଇଛି।

ମନ୍ଦିର ପରିଚାଳନା ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଭଞ୍ଜନଗର ଉପ ଜିଲ୍ଲାପାଳ ଅଧ୍ୟକ୍ଷ ଏବଂ ତହସିଲଦାର ସ୍ଥାୟୀ ସଭାପତି ଅଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟକ୍ତିଙ୍କୁ ନେଇ ଏକ ପରିଚାଳନା କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ତହସିଲଦାର ଅଭିପ୍ସା ପଟ୍ଟନାୟକ,ଅତିରିକ୍ତ ତହସିଲଦାର ଅବିନାଶ ମାହାର ଓ କୁଲାଡ ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ।
ନୂତନ କମିଟି ଉପଜିଲ୍ଲାପାଳ ଏବଂ ତହସିଲଦାରଙ୍କ ସହଯୋଗରେ ମନ୍ଦିର ପରିଚାଳନା କରିବେ। ତେଣୁ ଆଜି ସଭାପତି ଭାବେ ବ୍ରହ୍ମାନନ୍ଦ ଦାସଙ୍କୁ ଚୟନ କରାଯାଇଥିବା ବେଳେ ଉପ ସଭାପତି ଭାବେ ଚିତ୍ତରଞ୍ଜନ ନାୟକ,ସମ୍ପାଦକ ଭାବେ ସଞ୍ଜୟ କୁମାର ପ୍ରଧାନ,ସହ ସମ୍ପାଦକ ଭାବେ ଲକ୍ଷ୍ମୀକାନ୍ତ ସୁବୁଦ୍ଧି,କୋଷାଧ୍ୟକ୍ଷ ଭାବେ କେ.ନୀଳମାଧବ ଚୌଧୁରୀ ମନୋନୀତ ହୋଇଛନ୍ତି।

ଏଥିସହ ଉପଦେଷ୍ଟା ଭାବେ ମୁରଲୀଧର ପଣ୍ଡା, ସୁଧିରକାନ୍ତ ଦାସ ଏବଂ ସଭ୍ୟ ଭାବେ ତାରା ପ୍ରସାଦ ପାତ୍ର, ବିଭୁ ନନ୍ଦନ ଶରାବ, ବିଜୟ ସାହୁ, ଶରତ ଦାସ, ଜଗନ୍ନାଥ ପୃଷ୍ଟି, ଦୁତିକୃଷ୍ଠ ପ୍ରଧାନ, ସୁରେନ୍ଦ୍ର ନାଥ ସାହୁ, ବିଭୁ ପ୍ରସାଦ ମିଶ୍ର, କେଶବ ଚନ୍ଦ୍ର ମହାନ୍ତି, ପି.ରାମହରି ପାତ୍ର, ଅବନୀ କୁମାର ପାଢ଼ୀ,କୃଷ୍ଣଚନ୍ଦ୍ର ମହାରଣା ରହିଛନ୍ତି। ମନ୍ଦିରର ସୁପରିଚାଳନା ସହ ଉନ୍ନତି ପାଇଁ ଏହି କମିଟି କାର୍ଯ୍ୟ କରିବ। ସମସ୍ତ ଉତ୍ସବ ପୂର୍ବଭଳି କିଭଳି ହେବ ସେଥିପ୍ରତି କମିଟି ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଜଣାପଡିଛି।