ଇତିହାସ ବିଭାଗର ଆଲୋଚନା ଚକ୍ର

ଭଞ୍ଜନଗର,୨୪/୯ : ଯେଉଁ ଦେଶର ମହିଳାଙ୍କ ଅବଦାନ ଯେତେ ଗୁରୁତ୍ବପୂର୍ଣ୍ଣ ସେହି ଦେଶ ସେହି ଅନୁପାତରେ ସଶକ୍ତ। ଭାରତର ସ୍ବାଧୀନତା ସଂଗ୍ରାମରେ ଆନେକ ମହିଳା ମାହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ଅନୁପ୍ରାଣିତ ହୋଇ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ନିଜକୁ ସାମିଲ କରିଥିଲେ। ତେଣୁ ଇତିହାସର ଆଇନାରେ ଲୁକାୟିତ ଅବସ୍ଥାରେ ରହିଥିବା ମହିଳା ସ୍ବାଧୀନତା ସଂଗ୍ରାମୀ ତଥା ଅନ୍ୟାନ୍ୟ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବିଷୟରେ ଅଧିକ ଜାଣିବା,ଅଧ୍ୟୟନ କରି ତାଙ୍କର ଗାଥାକୁ ଉନ୍ମୋଚନ କରିବାର ଆବଶ୍ୟକତା ରହିଥିବା ଆଜି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଇତିହାସ ବିଭାଗର ଆଲୋଚନାଚକ୍ରରେ ଅତିଥି ମାନେ ପ୍ରକାଶ କରିଛନ୍ତି। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ.ବିଚିତ୍ରାନନ୍ଦ ଦାସ ଯୋଗ ଦେଇ ସ୍ବାଧୀନତା ସଂଗ୍ରାମ ତଥା ଇତିହାସର ବିଭିନ୍ନ ଦିଗ ସଂର୍ପକରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଡ.ଶ୍ୟାମା ପ୍ରାସଦ ମିଶ୍ର,ପ୍ରାକ୍ତନ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ବେହେରା,ଘୁମୁସର ଗବେଷଣା ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଆପଟ,କଲେଜ ପ୍ରଶାସନିକ ଅଧିକାରୀ ବିଭାସ ଦାସ ପ୍ରମୁଖ ମଞ୍ଚାସୀନ ରହି ଇତିହାସ ପାଠ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନରେ କିଭଳି ଗବେଷଣାତ୍ଳକ ଢଙ୍ଗରେ ନିୟର ଅଧ୍ୟୟନ ଜାରି ରଖି ଆଗକୁ ବଢିବେ କହିଥିଲେ। ଯୁକ୍ତତିନି ଶେଷ ବର୍ଷ ଛାତ୍ର ମିକୁନ ମଲ୍ଲିକ ଗଞ୍ଜାମ ଜିଲ୍ଲାର ଅନାଲୋଚିତ ମହିଳା ସ୍ବାଧୀନତା ସଂଗ୍ରାମୀ ଶୀର୍ଷକ ଏକ ସନ୍ଦର୍ଭ ପାଠ କରିଥିଲେ। ଏଥିରେ ଅଧ୍ୟାପିକା ଜ୍ୟୋତ୍ସାରାଣୀ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଡ.ରବିନ୍ଦ୍ର କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିଦେଶୀ କୁମାର ରାଉତ,ରଙ୍କନିଧି ପ୍ରଧାନ,ଦିବ୍ୟ ଲୋଚନ ବିଶ୍ବାଳ,ରବିନ୍ଦ୍ର ଦାସ,ଅଶୋକ କୁମାର ସ୍ବାଇଁ,ପ୍ରଶାନ୍ତ ଦାଶ ପ୍ରମୁଖ ସାମିଲ ହୋଇଥିଲେ। ଶେଷରେ ସୀମାଞ୍ଚଳ ବେହେର ଧନ୍ୟବାଦ ଅର୍ପଣ କରିଥିଲେ।