୫୩ ବର୍ଷ ରେ ସ।ଉଥ୍ ଦୁର୍ଗାପୂଜ।
୫୩ ବର୍ଷରେ ସାଉଥ୍ ଦୁର୍ଗାପୂଜା
ଆଜ୍ଞାମାଳ ଅଣାଯିବା ପରେ ୨୮ରୁ ପୂଜାପାଇବେ ମା’ ଦଶଭୁଜା
ଜୟପୁର,୨୪/୯: ୫୩ ବର୍ଷରେ ପହଞ୍ଚିଛି ସ୍ଥାନୀୟ ସାଉଥ୍ ଦୁର୍ଗାପୂଜା ମହୋତ୍ସବ । ଆସନ୍ତା ୨୮ରୁ ଆରମ୍ଭ ହେବ ମା’ ଦଶଭୁଜାଙ୍କ ପୂଜାର୍ଚ୍ଚନା। ସେହିଦିନ ସକାଳେ ବିଲ୍ଵବରଣ କାର୍ଯ୍ୟକ୍ରମ ରହିଛି। ଏହାପରେ ପୁରୁଣାଗଡ଼ ଦକ୍ଷିଣକାଳୀ ମନ୍ଦିରରୁ ଅଣାଯିବ ଆଜ୍ଞାମାଳ । ନିତିକାର୍ତ୍ତି ଅନୁସାରେ ଦଶରା ପର୍ଯ୍ୟନ୍ତ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯିବ ବୋଲି କହିଛନ୍ତି କମିଟି ସଭାପତି ଅଶ୍ଵତୋଷ ସାନ୍ତାପାତ୍ର।
ଶ୍ରୀ ସାତ୍ତାପାତ୍ର କହିଛନ୍ତି, ଚଳିତବର୍ଷ ଦୁର୍ଗାପୂଜା ମହୋତ୍ସବ ଲାଗି ନୂଆ କମିଟି ଗଢାଯାଇଛି। ସମ୍ପାଦକ ଭାବେ ପପୁଲ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଭାବେ ଅନିଲ ମହାପାତ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ସାହିବାସିନ୍ଦାଙ୍କ ଦ୍ବାରା ଗଠନ ହୋଇଥିବା ଏହି କମିଟିର କର୍ମକର୍ତ୍ତା ଓ ସଦସ୍ୟମାନେ ପୂଜା ପରିଚାଳନା କରିବେ। ମୂର୍ତି ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରତିବର୍ଷ ଭଳି ଦୁର୍ଗାଙ୍କ ସହ କାର୍ତ୍ତିକେୟ, ଗଣେଶ, ମହାଲକ୍ଷ୍ମୀ ଓ ମା’ ସରସ୍ୱତୀଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ ଚାଲିଛି । ଚଳିତ ବର୍ଷ ଏହି ପୂଜା ଲାଗି ସାଢେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ୨୮ରୁ ଦଶମୀ ପର୍ଯ୍ୟନ୍ତ ପ୍ରତିଦିନ ହୋମଯଜ୍ଞ ଓ ଚଣ୍ଡୀପାଠ କରାଯିବ। ୨୯ ତାରିଖରେ ଅର୍କେଷ୍ଟ୍ରା କାର୍ଯ୍ୟକ୍ରମ ରହିଛି ।
ସୂଚନାଥାଉକି, ୧୯୭୨ରୁ ଏଠାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ସାଉଥ୍ ଦୁର୍ଗାପୂଜା କମିଟି ଦ୍ଵାରା
ପ୍ରତିବର୍ଷ ପୂଜା ପାଉଛତି ମା’ ସିଂହବାହିନୀ। ଜଣଙ୍କ ବ୍ୟକ୍ତିଗତଙ୍କ ଜାଗାରେ ପ୍ରଥମେ ଏହି ପୂଜା ଆରମ୍ଭହୋଇଥିଲା। ପରବର୍ତି ସମୟରେ କମିଟି ପକ୍ଷରୁ ସଞ୍ଚିତ ଟଙ୍କା ଓ ସାହିବାସୀଙ୍କଠାରୁ ସଂଗୃହିତ ଅର୍ଥରୁ ଜାଗା କିଣାଯାଇଥିଲା । ୧୧ ବର୍ଷ ତଳେ ସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଥିଲା । ଏବେ ନୂଆ ମଣ୍ଡପରେ ପୂଜା ପାଉଛତି ମା’ ଦୁର୍ଗା।