
ରାଞ୍ଚି, ୨୪/୦୯: ବୁଧବାର ସକାଳେ ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ସୁରକ୍ଷା ବାହିନୀ ସହ ଗୁଳିବିନିମୟରେ ଏକ ନିଷିଦ୍ଧ ମାଓବାଦୀ ଦଳରୁ ଅନ୍ୟୁନ ତିନି ଜଣ ସଦସ୍ୟ ନିହତ ହୋଇଛନ୍ତି ବୋଲି ପୋଲିସ କହିଛି।
ସକାଳ ପ୍ରାୟ ୮ଟା ସମୟରେ ବିଷ୍ଣୁପୁର ଥାନା ସୀମା ଅନ୍ତର୍ଗତ ଏକ ଜଙ୍ଗଲ ଅଞ୍ଚଳରେ ଝାଡ଼ଖଣ୍ଡ ଜାଗୁଆର ଏବଂ ଗୁମଲା ପୋଲିସକୁ ନେଇ ଗଠିତ ସୁରକ୍ଷା ବାହିନୀ ଏବଂ ଝାଡ଼ଖଣ୍ଡ ଜନ ମୁକ୍ତି ପରିଷଦ (ଜେଜେଏମପି)ର ମାଓବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା।
“ବନ୍ଧୁକବିନିମୟରେ ତିନି ଜଣ ଜେଜେଏମପି ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ତିନୋଟି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି,” ଆଇଜି (ଅପରେସନ୍) ଏବଂ ଝାଡ଼ଖଣ୍ଡ ପୋଲିସ ମୁଖପାତ୍ର ମାଇକେଲ ରାଜ ଏସ ପିଟିଆଇକୁ କହିଛନ୍ତି।
ସେ କହିଛନ୍ତି ଯେ ଏକ ସର୍ଚ୍ଚ ଅପରେସନ ଏବେ ବି ଜାରି ରହିଛି।



