ଲଗ।ଣ ବର୍ଷ। ରେ ବେହ।ଲ ଦକ୍ଷିଣ ଓଡ଼ିଶା
ଲଗାଣ ବର୍ଷାରେ ବେହାଲ ଦକ୍ଷିଣ ଓଡ଼ିଶା
ଉମରକୋଟ,୨୪/୯: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଉମରକୋଟ ସହର, ଲୋକଙ୍କ ଘର ଭିତରେ ପାଣି ପଶିଛି କିଛି ପାକିଂ ସ୍ଥାନରେ ପାଣି ପଶିଥିବାରୁ ଗାଡି ଗୁଡିକ ପାଣିରେ ବୁଡ଼ିଯାଇଛି । ଘରର ଆସବାବପତ୍ର ନଷ୍ଟ ହୋଇଛି । ପ୍ରବଳ ବର୍ଷା ଯୋଗୁ ଉମରକୋଟ ସହରର ଶିବାଜୀ ନଗର, ଗୁଲିପାଟଣାର ଅକ୍ସଫୋର୍ଡ଼ କଲୋନୀ, ଡିଏନକେରେ ଥିବା ତଳି ଅଞ୍ଚଳର ଘର ଭିତରେ ପାଣି ପଶିଛି । ଦୁର୍ବଳ ଡ୍ରେନେଜ୍ ବ୍ୟବସ୍ଥାକୁ ଦାୟୀ କରିଛନ୍ତି ଉମରକୋଟ ସହରବାସୀ। ମୁନିସିପାଲିଟି ପକ୍ଷରୁ ଠିକ୍ ଭାବେ ନାଳ ଗୁଡ଼ିକ ସଫା
ହେଉନଥିବାରୁ ବର୍ଷା ଜଳ ନିଷ୍କାସିତ ହୋଇପାରୁନି । ଅନ୍ୟପଟେ ମାଲକାନଗିରି ଜିଲ୍ଲାର ବଣ୍ଡାଘାଟିରେ ମଧ୍ୟ ବର୍ଷା ବିତ୍ପାତ । ବାରମ୍ବାର ଭୂସ୍ଖଳନ ଓ ମୁଖ୍ୟରାସ୍ତାରେ ମାଟି ଧସି ଘାଇ ହେବା ବଡ଼ ବିପଦକୁ ଟାଣି ଆଣିଛି । ଯାତାୟତ ରାସ୍ତାରେ ସୃଷ୍ଟି ହୋଇଛି ଘାଇ । ଲଗାଣବର୍ଷା ଯୋଗୁଁ ରାସ୍ତାରେ ଭୂସ୍ଖଳନ ସୃଷ୍ଟି ପରେ ୪ ଚକିଆ ଯାନକୁ ବାରଣ କରିଛି ପ୍ରଶାସନ । ଖଇରପୁଟ ବ୍ଳକର ବଣ୍ଡାଘାଟିକୁ ସଂଯୋଗ କରୁଥିବା ମାଙ୍କଡଝୋଲା ଝରଣାକୁ ଦେଇ ଯାଇଥିବା ମୁଖ୍ୟରାସ୍ତା ଏବେ ବିପଦପୂର୍ଣ୍ଣ ।