District

ଦୁଇଦିନ ପରେ ସ୍କୁଲ ରୁ ଖୋଲ।ଗଲ। ତ।ଲ।

ବଦଳି ଶିକ୍ଷକଙ୍କୁ ଫେରାଇ ଆଣିବାକୁ ପ୍ରତିଶ୍ରୁତି

ଦୁଇଦିନ ପରେ ସ୍କୁଲରୁ ଖୋଲାଗଲା ତାଲା

ମୈଦଲପୁର,୨୪/୯: ଜଣେ ଶିକ୍ଷକଙ୍କ ବଦଳି ପ୍ରତିବାଦ କରି ଦୁଇଦିନ ଧରି ଅଭିଭାବକମାନେ ତାଲାବଦ କରିଥିବା ମାଝୀଗୁଜା ପଞ୍ଚାୟତ ଲୋଦି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଆଜି ଖୋଲାଯାଇଛି। ୨ଜଣ ଏବିଇଓ ସ୍କୁଲରେ ପହଞ୍ଚି ଅଭିଭାବକଙ୍କୁ ବୁଝାଶୁଝା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ବାତିଲ କରଯାଇ ପୁଣି ସ୍କୁଲକୁ ଫେରାଇ ଅଣଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଢିଛି ।

ମଙ୍ଗଳବାର ମଧ୍ୟ ସ୍କୁଲରେ ତାଲା ପକାଇ ଅଭିଭାବକ ଓ କ୍ଷତ୍ରଛତ୍ରୀ ଦ୍ଵିତୀୟ ଦିନ ଧାରଣା ଦେଇଥିଲେ। ପ୍ରବଳ ବର୍ଷାରେ ଅଭିଭାବକ ଓ ପିଲାମାନେ ସ୍କୁଲ ଆଗରେ ପଲିଥିନ ଗଙ୍ଗି ବସି ରହିଥିଲେ। ଏବିଇଓ ସୁଦର୍ଶନ ନାୟକ ଓ ପୂର୍ଣ୍ଣଚନ୍ଦ୍ର ପୂଜାରୀ ଗାଁରେ ପହଞ୍ଚି ବଦଳି ହୋଇଥିବା ଶିକ୍ଷକ ଯୀଶୁ ହରିଜନଙ୍କୁ ପୁଣିଥରେ ସ୍କୁଲରେ ନିଯୁକ୍ତି କରା‌ଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଭିଭାବକ ସ୍କୁଲ ଗେଟରୁ ତାଲା ଖୋଲିଥିଲେ । ସୂଚନାଥାଉକି ଏଠାରେ କାର୍ଯ୍ୟରତ ଶିକ୍ଷକ ଯୀଶୁ ହରିଜନଙ୍କୁ ଅନରୁ ବଦଳି ହୋଇଥିଲା । ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲରେ ତାଲା ପକାଇ ଧାରଣା ଦେଇଥିଲେ। ପୁଣିଥରେ ଶିକ୍ଷକ ଯୀଶୁଙ୍କୁ ଫେରେଇ ଆଣିବା ପାଇଁ ଦାବି କରିଥିଲେ। ଏହି ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୫୬ ଛାତ୍ରଛତ୍ରୀ ପଢୁଥିବା ବେଳେ ୫ଜଣ ଶିକ୍ଷକ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷକଙ୍କ ବଦଳି କରାଯିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button