District

ନବରଙ୍ଗପୁରକୁ ବିଦେଶୀ ପକ୍ଷୀଙ୍କ ଆଗମନ

ନବରଙ୍ଗପୁର,୨୪/୯: ନବରଙ୍ଗପୁରକୁ ସାଇବେରିଆନ୍ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭହୋଇଛି ଦୀପାବଳୀ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ

ନବରଙ୍ଗପୁରରେ ରହିଥାନ୍ତି। ଏହି ମଧ୍ୟରେ ପକ୍ଷୀମାନେ BBB ଅଣ୍ଡା ଦେଇ ଛୁଆ ଜନ୍ମ କରି ତାଙ୍କୁ ଉଡ଼ିବା ଶିଖାଇଥାନ୍ତି। ପରେ ପୁଣି ଫେରିଯାଇଥାନ୍ତି ସୁଦୂର ସାଇବେରିଆ ଅଞ୍ଚଳକୁ ଏହି ଭ୍ରମଣକାରୀ ପକ୍ଷୀ ଗ୍ରାମବାସୀଙ୍କ ପାଇଁ ଶୁଭ ଅଟନ୍ତି ବୋଲି କହିଛନ୍ତି ସାନଡାଇଭଟ୍ଟା ଓ ବଡଡାଇଭଟ୍ଟା ଗ୍ରାମବାସୀ । ଏମାନଙ୍କ ଆଗମନକୁ ଗାଁ ଲୋକେ ଚାତକ ଭଳି ଚାହିଁ ରହିଥାନ୍ତି | ପକ୍ଷୀ ଆସିବା ପରେ ଗାଁରେ ଭଲ ବର୍ଷା ହେବାର ବିଶ୍ଵାସ ରହିଛି। ଯେଉଁ ବର୍ଷ ପକ୍ଷୀ ନ ଆସନ୍ତି ସେ ବର୍ଷ ମରୁଡ଼ି ହେଉଥିବା କହିଛନ୍ତି ଗାଁ ଲୋକ ଗ୍ରାମବାସୀ ବିଦେଶୀ ପକ୍ଷୀଙ୍କ ସୁରକ୍ଷା ସହ ତାଙ୍କର ଖାଦ୍ୟ ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି। ପକ୍ଷୀଙ୍କ ସୁରକ୍ଷା ଦିଗରେ ପ୍ରଶାସନ ଅଧିକ ଗୁରୁତ୍ବ ଦେବାକୁ ଦାବି କରିଛନ୍ତି ପରିବେଶବିତ୍ ଓ ଗ୍ରାମବାସୀ |

ନବରଙ୍ଗପୁର ସହରର ଇନ୍ଦ୍ରାବତୀ ନଦୀ ଅବବାହିକା ଅଞ୍ଚଳରେ ଗତ କିଛି ଦିନ ହେବ ଆସିବ। ପକ୍ଷୀଙ୍କ ଆଗମନ ଦେଖିବାର ମିଳିଛି ।

Govinda Tripathy

Related Articles

Leave a Reply

Your email address will not be published. Required fields are marked *

Back to top button