DistrictGajapatiOdisha

ପାରଳାଖେମୁଣ୍ଡି ଆଇ ଟି ଡି ଏ ସମ୍ମିଳନୀ କକ୍ଷ ଠାରେ ଶିଶୁ ଅଧିକାର ଓ ସୁରକ୍ଷା ସମ୍ୱନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, ୨୩/୯: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପ୍ରେମ ଆନୁକୁଲ୍ୟରେ ଶିଶୁ ଅଧିକାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଡକୋ ଓ ଜିଲ୍ଲା ଶିଶୁ ସୁରକ୍ଷା କମିଟି ମିଳିତ ଆନୁକୁଲ୍ୟରେ ପ୍ରେମର ନିର୍ଦ୍ଦେଶକ ଡ. ଜାକୋବ୍ ଥୁଣ୍ଡେଲ୍ଂକ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନୀ ମାଝୀ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ।

ଏଡୁକୋର ପ୍ରତିନିଧି ଗୁରୁପ୍ରସାଦ ରାଓ,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ଗୁମ୍ମା ବ୍ଲକର ଅଧ୍ଯକ୍ଷା ସୁନେମୀ ମଣ୍ଡଳ, ଚଆରକ୍ଷୀ ଏସ୍.ଆଇ. ରୀନାରାଣୀ ସାହୁ ମଂଚାସୀନ ଥିଲେ।ବକ୍ତାମାନେ ଶିଶୁ ସୁରକ୍ଷା ସମ୍ୱନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ତଥା ଶିଶୁ ମାନଂକ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବୁଝାଇଥିଲେ।

ଅନ୍ୟମାନଙ୍କ ମଧ୍ଯରେ ଏସ୍.ଡବ୍ଲ୍ୟୁ.ଡବ୍ଲ୍ୟୁ.ଏସ୍.ର ସଭାପତି ଡ.ଡି.ଜଗନ୍ନାଥ ରାଜୁ,ସିସିଡିର ସଂପାଦକ ଏ.ଜଗନ୍ନାଥ ରାଜୁ, ଜନକଲ୍ୟାଣ ପ୍ରତିିଷ୍ଠାନର ସଂପାଦକ ଦୂର୍ଗା ମାଧବ ପଣ୍ଡା,ସମାଜସେବୀ ଭାଗବତ ପାଢୀ ନିଜର ମନ୍ତବ୍ଯ ଦେଇଥିଲେ।ଅତିଥି ମାନେ ଅଂଶଗ୍ରହଣକାରୀଙ୍କ ସନ୍ଦେହ ଦୂର କରିଥିଲେ।

ଶେଷରେ ପ୍ରେମର ଲୋକସଂପର୍କ ଅଧିକାରୀ ରତନ ମିଶ୍ର ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।ଏଥିରେ ଜିଲ୍ଲାର ପଂଚାୟତ ପ୍ରତିନିଧି,ଶିଶୁ ସୁରକ୍ଷା କମିଟିର ସଦସ୍ଯ,ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧି ଓ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।ପ୍ରେମର କର୍ମୀ ସୁଧୀର ମଂଚ ପରିଚାଳନା କରିଥିଲେ।

Goruda Dhwaja Choudhary ( District Reporter ) Gajapati

Related Articles

Leave a Reply

Your email address will not be published. Required fields are marked *

Back to top button