
ପାରଳାଖେମୁଣ୍ଡି, ୨୨/୯: ସଂସ୍କୃତି ମନ୍ତ୍ରଣାଳୟ ଭାରତ ସରକାରଙ୍କ ଦ୍ୱାରା ସେବା ପକ୍ଷ- ୨୦୨୫ ପାଳନ ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ, ଗଜପତି ପକ୍ଷରୁ” ବିକଶିତ ଭାରତ -୨୦୪୭” ପ୍ରସଙ୍ଗ ସମ୍ପର୍କିତ ବିଭିନ୍ନ ବିଷୟରେ ଚିତ୍ରାଙ୍କନ ପ୍ରତିଯୋଗିତା ବିଦ୍ୟାଳୟ,ମହାବିଦ୍ୟାଳୟ ଓ ବୃତ୍ତିଗତ-ତଥା-ଯୁବ ଚିତ୍ରଶିଳ୍ପୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସେମାନଙ୍କ ସ୍ବପ୍ନର ଆଗାମୀ ସମ୍ପନ୍ନ ଭାରତର ରୂପରେଖ ପ୍ରସ୍ତୁତି କରିବାର ଏକ ସ୍ୱର୍ଣୀମ ଅବସର ପ୍ରଦାନ କରାଯାଇଥିଲା ।

ଏଥି ନିମନ୍ତେ ଆଜି ସ୍ଥାନୀୟ ମହେନ୍ଦ୍ରଗିରି ପୌର ପରିଷଦ ଉଚ୍ଚ ବିଦ୍ୟାଳୟ ଠାରେ ଏକ ପ୍ରତିଯୋଗୀତା ତଥା କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ, ଦିତ୍ୱୀୟ ଓ ତୃତୀୟ ସ୍ଥାନ ଅର୍ଜନ କରିଥିବା ଚିତ୍ରଶିଳ୍ପୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିବା ସହ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଚିତ୍ରଗୁଡ଼ିକୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପୁନଃ ମୂଲ୍ୟାଙ୍କନ ନିମନ୍ତେ ସମସ୍ତ ଜିଲ୍ଲାରୁ ପ୍ରେରଣ କରାଯିବ ।

ସେଠାରେ ବିଜୟୀ ଚିତ୍ରଶିଳ୍ପୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଅର୍ଥରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯିବ । ଆଜିର ଏହି ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀ ଭାବେ ମୁରୁଲୀଧର ପରିଚ୍ଛା , କୈଳାସ ପୃଷ୍ଠି, ଆର.କ୍ରିଷ୍ଣା ରେଡ୍ଡୀ ଓ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।