BhanjanagarBusinessDistrictNationPolitics

ଜିଏସଟି ହ୍ରାସ ସବୁ ବର୍ଗର ଲୋକେ ଲାଭ ପାଇବେ

ଭଞ୍ଜନଗର,୨୨/୯ : କେନ୍ଦ୍ର ସରକାର ଜିଏସଟିରେ ସଂସ୍କାର ଆଣିଛନ୍ତି। ଜିଏସଟି ପରିଷଦର ୫୬ ତମ ବୈଠକରେ ପ୍ରଧାନମନ୍ତ୍ରୀ ନେଇଥିବା ପଦକ୍ଷେପ ଆଇନରେ ପରିଣତ ହୋଇଛି। ଏହା ଦେଶର ନାଗରିକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି କରିବ ଏବଂ କ୍ଷୁଦ୍ର ବ୍ୟବସାୟୀ ସମେତ ସମସ୍ତଙ୍କ ବ୍ୟବସାୟୀଙ୍କ ପାଇଁ ବ୍ୟବସାୟ ସହଜ କରିବ। ଏହି ଟିକସ ସଂସ୍କାର ଚଳିତ ମାସ ୨୨ ତାରିଖରୁ ଲାଗୁ ହେବ।

ଏଣୁ ଲୋକଙ୍କୁ ଦୀପାବଳି ପୂର୍ବରୁ ଶସ୍ତାରେ ଜିନିଷ କିଣିବା ପାଇଁ ସୁବିଧା ମିଳିବ ବୋଲି ରବିବାର ଘୁମୁସର ଜିଲ୍ଲା ଭାଜପା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ନିଳମାଧବ ପାତ୍ର ଓ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହା କହିଛନ୍ତି।ଏହାଦ୍ବାରା ସମାଜର ସବୁ ବର୍ଗର ଲୋକେ ଲାଭ ପାଇବେ।

ଏହି ସଂସ୍କାରରେ ଜିଏସଟିରେ ୫ ପ୍ରତିଶତ ଓ ୧୮ ପ୍ରତିଶତ ଟିକସ ରହିଛି। ପୂର୍ବର କିଛି ଟିକସ ହାରକୁ ହଟାଇ ଦିଆଯାଇଛି। ଏହା ବ୍ୟତୀତ ପଞ୍ଜୀକରଣ ଏବଂ ରିଟର୍ଣ୍ଣ ଫାଇଲକୁ ସରଳ କରାଯାଇଛି। ଜିଏସଟି ଫେରସ୍ତକୁ ଦ୍ରୁତ କରାଯାଇଛି ଏବଂ ଅନୁପାଳନ ଖର୍ଚ୍ଚକୁ ହ୍ରାସ କରାଯାଇଛି।

ସେହିଭଳି ଓଡିଶାର ବିଡି ତୋଳାଳୀ ମାନେ ଦୀର୍ଘ ଦିନରୁ କେନ୍ଦୁପତ୍ର ଉପରେ ଜିଏସଟି ହ୍ରାସ କରିବାକୁ ଦାବି କରୁଥିଲେ। ଏବେ ଏହା ୧୮ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି ଭାଜପା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

ଅନ୍ୟ ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ସନ୍ତୋଷ କୁମାର ତିଆଡି, ରବିନ୍ଦ୍ର କୁମାର ଗୌଡ଼,ରାଜ୍ୟ କାର୍ଯ୍ୟକାରିଣୀ ବିଷ୍ଣୁ ପ୍ରସାଦ ପ୍ରଧାନ,ଧୋବା ଗୌଡ଼ଙ୍କ ସମେତ ଦଳିୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Nilu Bisoyi (District Reporter) Bhanjanagar

Related Articles

Leave a Reply

Your email address will not be published. Required fields are marked *

Back to top button