District

ଷ୍ଟଲ୍ ଭଡ। ବକେୟା ୬ .୧୫ ଲକ୍ଷ ତ।ଲ। ଭ।ଗିଃ ସିଲ କଲ। ଆରଏମ୍ସି

ଷ୍ଟଲ୍‌ ଭଡ଼ା ବକେୟା ୬.୧୫ ଲକ୍ଷ

ତାଲା ଭାଙ୍ଗି ସିଲ୍ କଲା ଆରଏମ୍‌ସି

ନବରଙ୍ଗପୁର, ୨୧/୯: ଷ୍ଟଲ୍‌ ହାତେଇବା ପରଠାରୁ ବ୍ୟବସାୟୀମାନେ ଭଡ଼ା ପୈଠ କରୁନଥିଲେ | ପ୍ରାୟ ୪ ବର୍ଷର ଷ୍ଟଲ୍ ଭଡ଼ା ପୈଠ ହୋଇନଥିବାରୁ ବକେୟା ୬ ଲକ୍ଷରୁ ଊର୍ଦ୍ଧ୍ବ ହୋଇଛି। ଶେଷରେ ବାଧ୍ୟ ହୋଇ ନବରଙ୍ଗପୁର ନିୟନ୍ତ୍ରୀତ ବଜାର କମିଟି (ଆରଏମସି) ଅଧିନରେ ଥିବା ଗାନ୍ଧୀନଗର ରାସ୍ତାରେ ରହିଥିବା ୬ଟି ଷ୍ଟଲକୁ ସିଲ୍ କରାଯାଇଥିବା ଆରଏମସି ସଂପାଦକ କପିଳେନ୍ଦ୍ର ସାସମଲ କହିଛନ୍ତି । ଆଜି ପୁଲିସ ଓ ମାଜିଷ୍ଟ୍ରେଟ୍ ତଥା ଅତିରିକ୍ତ ତହସିଲଦାର ନମିତା ପ୍ରଧାନଙ୍କ ଉପସ୍ଥିତିରେ ଷ୍ଟଲ୍ ନଂ-୧୩, ୧୬, ୨୪, ୨୭, ୨୮ ଓ ୨୯ର ତାଲା ଭାଙ୍ଗି ସିଲ୍ କରାଯାଇଥିଲା।

ରହିଛି। ୧୩ନଂ ଷ୍ଟଲ୍‌ର ୮୦, ୮୨୮ ଟଙ୍କା ଭଡ଼ା ବକେୟା ରହିଥିବା ବେଳେ ୧୬ନଂ ଷ୍ଟଲ୍‌ର ୯୦,୦୧୩, ୨୪ନଂ ଷ୍ଟଲର ୧,୨୬,୭୬୩, ଷ୍ଟଲ୍‌ ନଂ-୨୪ର ୧,୧୭,୫୬୮, ଷ୍ଟଲ୍‌ ନଂ-୨୮ର ୧,୦୧,୦୩୫ ଓ ଷ୍ଟଲ୍ ନଂ-୨୯ର ୯୯.୧୯୮ ଟଙ୍କା ଭଡ଼ା ପୈଠ କରିନାହାନ୍ତି ବୋଲି କହିଛନ୍ତି ଆରଏମସି ସମ୍ପାଦକ। ଅପରପକ୍ଷରେ ବହୁ ବ୍ୟକ୍ତି ବ୍ୟବସାୟ କରିବାକୁ ଷ୍ଟଲ୍ ନେଇ ସେମିତି ତାଲା ପକାଇ

ନ ବ ର ଙ୍ଗ ପୁର ସହରର ହାଟପଦା ପରିସରରେ ଥିବା ଆରଏମସି କାର୍ଯ୍ୟାଳୟର ଚାରି ପାର୍ଶ୍ଵ ରାସ୍ତାରେ ୯୮ଟି ଷ୍ଟଲ୍‌ ନିର୍ମାଣ କରାଯାଇଛି। ଷ୍ଟଲ୍ ଭଡ଼ା ବାବଦକୁ ମାସିକ ୧୮୩୭ ଟଙ୍କା ନିର୍ଧାରିତ ହୋଇଛି ତେବେ ୨୦ଟି ଷ୍ଟଲ୍‌ର ବ୍ୟବସାୟୀମାନେ ଭଡ଼ା ବାବଦ ଟଙ୍କା ବକେୟା ରଖିଛନ୍ତି ସେଥିମଧ୍ୟରୁ ୬ଟି ଷ୍ଟଲ୍‌ ତଥା ୧୩, ୧୬, ୨୪, ୨୭, ୨୮ ଓ ୨୯ର ବ୍ୟବସାୟୀମାନେ ଷ୍ଟଲ୍ ନେବା ଠାରୁ ଆରଏମସିକୁ ଭଡ଼ା ପୈଠ କରିନଥିଲେ । ଏହି ବକେୟା ଚଳିତ ଅଗଷ୍ଟ ସୁଦ୍ଧା ୬ ଲକ୍ଷ ୧୫ ହଜାର ୪୫ ଟଙ୍କା

ରଖିଥିବା ଦେଖିବାକୁ ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ୬ଟି ଷ୍ଟଲ୍‌କୁ ସିଲ୍ କରାଯାଇଥିବା ବେଳେ ଆଗାମୀ ଦିନରେ ବଳକା ଆଉ ୧୪ଟି ଷ୍ଟଲ୍‌ର ଭଡ଼ାଧାରୀମାନେ ଭଡ଼ା ଟଙ୍କା ପୈଠ ନକଲେ ବାଧ୍ୟ ହୋଇ ସିଲ୍ କରିବୁ ବୋଲି ସମ୍ପାଦକ ଶ୍ରୀ ସାସମଲ କରିଛନ୍ତି ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button