District

ମଙ୍ଗଳମ ଟିମ୍ବର୍ସର ୪ ଶ୍ରମିକଙ୍କୁ ,ପୁନଃନିଯୁକି ଦ।ବି ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନ। କଲେ ବିଧାୟକ

ମଙ୍ଗଳମ୍ ଟିମ୍ବର୍ସର ୪ ଶ୍ରମିକଙ୍କୁ ପୁନଃନିଯୁକ୍ତି ଦାବି

ଶିଳ୍ପ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଧାୟକ

ନବରଙ୍ଗପୁର, ୨୧/୯: ନବରଙ୍ଗପୁର ଜିଲ୍ଲାର ଏକ ମାତ୍ର ଶିଳ୍ପାନୁଷ୍ଠାନ ମଙ୍ଗଳମ୍ ଟିମ୍ବର୍ସରେ ଗତ ୯ ମାସ ହେବ ଲାଗି ରହିଛି ଶ୍ରମିକ ଅଶାନ୍ତି। ଜଣେ ବହିଷ୍କୃତ କର୍ମଚାରୀଙ୍କୁ

ଏଫ୍ଲୋଇଜ୍‌ ଆସୋସିଏସନର ଉପଦେଷ୍ଟା ମାନସ ରଂଜନ ଦାଶ, ସଭାପତି ଟିବୁ ନାୟକ, ସମ୍ପାଦକ ସଂଜୟ କୁମାର ପୋଥାଲ, କୋଷାଧ୍ୟକ୍ଷ ରମଣ ପଟ୍ଟନାୟକ, ୟୁନିଟ୍ ହେଡ୍ ଏସପି ସିଂ, ଏଚଆର୍

ମାଝୀ, ଉପଦେଷ୍ଟା କାହ୍ନୁ ଦାଶ ଓ ଅନ୍ୟ ସଂଘ କର୍ମକର୍ତ୍ତାମାନେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ମାଇଁଙ୍କୁ ଭେଟି ଆଲୋଚନା କରିଥିଲେ। ଏକମାତ୍ର ଶିଳ୍ପକୁ ସମ୍ପ୍ରସାରଣ କରିବା ଏବଂ କମ୍ପାନି ସିଏସଆର କାର୍ଯ୍ୟକ୍ରମ କରୁ ନଥିବା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କମ୍ପାନି ଦ୍ବାରା ପରିବେଶ ପ୍ରଦୂଷଣ ବଢ଼ିବା ସହ ଏହାକୁ ରୋକିବା ଦିଗରେ କମ୍ପାନି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଥିଲେ ।

ପ୍ରକାଶ ଥାଉକି, ଗତ ଜାନୁଆରି ମାସରେ ମଙ୍ଗଳମ୍ ଟିମ୍ବର୍ସ ଏମ୍ନୋଲଜ୍‌ ଆସୋସିଏସନର ସାଧାରଣ ସଂପାଦକ ସଂଜୟ କୁମାର ପୋଥାଳ, କର୍ମକର୍ଷା ନିର୍ମଳ କୁମାର ସୁନା, ତ୍ରିନାଥ ଭତରା, ସମୀର ପଟ୍ଟନାୟକଙ୍କୁ ପରିଚାଳନା କମିଟିର ଉଚ୍ଚ କର୍ତ୍ତୃପକ୍ଷ ନିଲମ୍ବନ କରିଥିଲେ । ପରବର୍ତ୍ତୀ ସମୟରେ ସମୀର ପଟ୍ଟନାୟକଙ୍କୁ ଚାକିରିରୁ ବ‌ହିଷ୍କାର କରାଯାଇଥିବା ବେଳେ ସଂଜୟ, ନିର୍ମଳ ଓ ତ୍ରିନାଥଙ୍କ ଉପରୁ ନିଲମ୍ବନ ହଟାଇବା ସହ ରାଜସ୍ଥାନର ମୋରଜରେ ଥିବା ମଙ୍ଗଳମ୍‌ ସିମେଣ୍ଟସକୁ ବଦଳି କରାଯାଇଥିଲା। ତେଣୁ ସମୀରଙ୍କୁ ପୁନଃ ନିଯୁକ୍ତି ଓ ଅନ୍ୟ ତିନିଜଣଙ୍କ ବଦଳି ବାତିଲ ଦାବି କରି ଶ୍ରମିକମାନେ ଆନ୍ଦୋଳନ କରିଥିଲେ ।

ପୁନଃ ନିଯୁକ୍ତି ଓ ୩ ଜଣଙ୍କ ବଦଳି ବାତିଲ ଦାବି ନେଇ ଗତ ମେ’ ମାସରେ ଶ୍ରମିକମାନେ ଆନ୍ଦୋଳନ କରିଥିଲେ। ଏପରିକି ତତ୍କାଳୀନ ଜିଲ୍ଲାପାଳ, ତତ୍କାଳୀନ ଏସପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ନବରଙ୍ଗଗପୁର ବିଧାୟକ ଗୌରୀଶଙ୍କର ମାଝୀ, ମଙ୍ଗଳମ୍ ଟିମ୍ବର୍ସ

ପ୍ରବନ୍ଧକ ଦିଲ୍ଲୀପ ପାତ୍ର ପ୍ରମୁଖ ସହ ଆଲୋଚନା ହୋଇଥିଲା। ସେହି ସମୟରେ ଦାବି ସମ୍ପର୍କରେ ମୁଖ୍ୟାଳୟକୁ ଜଣାଇବେ ବୋଲି ସ୍ଥାନୀୟ ୟୁନିଟ୍ ହେଡ୍‌ ଜଣାଇଥିଲେ। ହେଲେ ଚାରିମାସ ହେଲା ଏହାର ସମାଧାନ ହୋଇପାରିନି। ତେଣୁ ଏହାର ସମାଧାନ କରିବାକୁ ବିଧାୟକ ଗୌରୀଶଙ୍କର ମ।ଝୀ ଆଲୋଚନ। କରିଥିଲେ ।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button