District

୨ଟି ସ।ଟି ଫିକେଟ୍ ରେ କରିବ। ମହଙ୍ଗା ପଡିଲ।, ଶିକ୍ଷୟିତ୍ରୀ ନିଳମ୍ବିତ

୨ଟି ସାର୍ଟିଫିକେଟ୍‌ରେ ଚାକିରୀ କରିବା ମହଙ୍ଗା ପଡ଼ିଲା, ଶିକ୍ଷୟତ୍ରୀ ନିଲମ୍ବିତ

ନବରଙ୍ଗପୁର, ୧୯/୯: ଶିକ୍ଷୟିତ୍ରୀ ଆଶାରାଣୀ କରଙ୍କୁ ଦୁଇଟି ବିଏଡ ସାର୍ଟିଫିକେଟ ଦେଇ ଚାକିରୀ କରିବା ମହଙ୍ଗା ପଡିଛି। ଜିଲ୍ଲା ଶିକ୍ଷା ବିଭାଗ ସ୍ପଷ୍ଟ ହେଲା ପରେ କୋଷାଗୁମୁଡା ବ୍ଳକ କକଡାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଆଶାରାଣୀ କରଙ୍କୁ → ଚାକିରୀରୁ ନିଲମ୍ବନ କରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ। ନିଲମ୍ବନ ଆଦେଶରେ ଶିକ୍ଷୟିତ୍ରୀ ଜଣଙ୍କ ସର୍ଭିସ ରୁଲ – ୧୯୫୯କୁ

ଉଲଂଘନ କରିଥିବା ଦର୍ଶାଯାଇଥିବା ବେଳେ ନିଲମ୍ବନ ସମୟରେ ସେ କୋଷାଗୁମୁଡା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରହିବେ । ଏଥିସହ ବିନା ଅନୁମତିରେ ହେଡ଼କ୍ୱାର୍ଟର ଛାଡି ପାରିବେ ନାହିଁ ବୋଲି ନିର୍ଦେଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଳକ ସ୍ଥିତ କକଡାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଆଶାରାଣୀ କରଙ୍କ ଦୁଇଟି ବିଏଡ଼ ସାର୍ଟିଫିକେଟ ରହିଥ‌ିବା ଅଭିଯୋଗ ଆରଟିଆଇ କର୍ମୀ ତରୁଣ କୁମାର ବିଷୋୟୀ ଆଣିଥିଲେ । ଉକ୍ତ ଦୁଇଟି ସାର୍ଟିଫିକେଟରେ ଶିକ୍ଷୟତ୍ରୀ ଆଶାରାଣୀ କରଙ୍କ ନାମ ଉଲ୍ଲେଖ ରହିଥିବା ବେଳେ ସାର୍ଟିଫିକେଟର ଇସ୍ୟ ତାରିଖ ସମାନ କହିଥିଲେ ମଧ୍ୟ ଉଭୟ ସାର୍ଟିଫିକେଟର ରେଜିଷ୍ଟ୍ରସନ ନମ୍ବର, ସିରିଏଲ ନମ୍ବର ଅଲଗା ଅଲଗା ଓ କଣ୍ଟ୍ରୋଲ ଅଫ ଏକ୍ଲାମିନେସନ ଅଧିକାରୀଙ୍କ ଦସ୍ତଖତ ମଧ୍ୟ ଅଲଗା ଅଲଗା ରହିଛି । ତେଣୁ, ଉକ୍ତ ସାର୍ଟିଫିକେଟ ଦ୍ବୟର ସତ୍ୟତା ଉପରେ ପ୍ରଶ୍ନ ଉଠିବା ସହ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ନକଲି ସାର୍ଟିଫିକେଟ ଦେଇ ଶିକ୍ଷକ ପଦବୀ ହାତେଇଥିବା ଅଭିଯୋଗ ଆସିଥିଲା। ଯାହାକୁ ନେଇ ନବରଙ୍ଗପୁର ଜିଲ୍ଲା ଶିକ୍ଷାଧିକାରୀ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଆଶାରାଣୀ କରଙ୍କ ବିଏଡ ସାର୍ଟିଫିକେଟର ସ୍ପଷ୍ଟିକରଣ ମାଗିଥିଲେ। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଆଶାରାଣୀ ବିଦ୍ୟାଳୟକୁ ଦେଇଥିବା ସମସ୍ତ ପ୍ରମାଣପତ୍ର ସହ ଉତ୍ତର ଦେଇଥିଲେ। ଶିକ୍ଷୟିତ୍ରୀ ଆଶାରାଣୀ କର ବିଦ୍ୟାଳୟରେ ଯୋଗଦେବା ସମୟରେ ଦେଇଥୁବା ବିଏଡ ସାର୍ଟିଫିକେଟ ଓ ଡିଇଓ କାର୍ଯ୍ୟାଳୟରେ ଦେଇଥିବା ବିଏଡ ସାର୍ଟିଫିକେଟରେ ତାରତମ୍ୟ ଥିବା ଦେଖିବାକୁ ପାଇଥିଲେ। ଯାହାକୁ ନେଇ ଆଜି ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଶିକ୍ଷୟତ୍ରୀ ଆଶାରାଣୀ କରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ସୂଚନା ଯୋଗ୍ୟ

ଯେ, ଶିକ୍ଷୟିତ୍ରୀ ଆଶାରାଣୀ କର ପ୍ରଥମେ ୨୦୧୨ ମସିହାରେ ଶିକ୍ଷା ସହାୟକ ଭାବେ ଚାକରି ପାଇଁ ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ରହିଥିଲେ।

ତେବେ, ୨୦୧୩ ଜାନୁଆରୀ ମାସରେ ଶିକ୍ଷା ସହାୟକ ଚାକିରୀରୁ ଇସ୍ତଫା ଦେଇ କକଡାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଟିଜିଟି (ପିସିଏମ୍) ଶିକ୍ଷକ ଚାକରି ପାଇଁ ଯୋଗ ଦେଇଥିଲେ। ସେବେଠାରୁ ତାଙ୍କର ବିଏଡ ସାର୍ଟିଫିକେଟ ନକଲି ଥିବା ଅଭିଯୋଗ ହେଉଥିଲା। ଯାହାକୁ ନେଇ ୨୦୨୪ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ତାଙ୍କର ବିଏଡ ସାର୍ଟିଫିକେଟର ସତ୍ୟତା ଅଛି କି ନାହିଁ ଜାଣିବା ପାଇଁ ଆନ୍ଧ୍ର ବିଶ୍ଵବିଦ୍ୟାଳୟକୁ ଡିଇଓ ଚିଠି ଲେଖୁଥିଲେ ମଧ୍ୟ ବିଶ୍ଵବିଦ୍ୟାଳୟରୁ କୌଣସି ଉତ୍ତର ଆସି ନ ଥିଲା । କିନ୍ତୁ, ବର୍ତମାନ ତାଙ୍କର ଦୁଇଟି ସାର୍ଟିଫିକେଟ ଥିବା ସ୍ପଷ୍ଟ ହେଲା ପରେ ଜିଲ୍ଲା ଶିକ୍ଷାଧୀକାରୀ ତାଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି।

Govinda Tripathi (District Reporter) Nabarangpur

Related Articles

Leave a Reply

Your email address will not be published. Required fields are marked *

Back to top button