
ରାୟଗଡା, ୧୯/୦୯: ଆୟର ଉତ୍ସ ଠାରୁ ଅଧିକ ସମ୍ପତ୍ତି ରଖିବା ଅଭିଯୋଗରେ ରାୟଗଡା ବନାଞ୍ଚଳ ଅଧିକାରୀ ଅନତର୍ୟାମି ସାହୁଙ୍କ ସହିତ ଜଡିତ ୯ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ତଲାସ ଆରମ୍ଭ କରାଯାଇଛି।
ରାୟଗଡା ବନ ବିଭାଗ ଅନ୍ତର୍ଗତ କାଶୀପୁର ବନାଞ୍ଚଳ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ଅନ୍ତର୍ୟାମି ସାହୁଙ୍କ ଦ୍ୱାରା ଆୟର ଜ୍ଞାତ ଉତ୍ସ ଠାରୁ ଅଧିକ ସମ୍ପତ୍ତି (DA) ରଖିବା ଅଭିଯୋଗରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ ଆରମ୍ଭ କରିଛନ୍ତି।
ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଜୟପୁର, କୋରାପୁଟଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୭ ଜଣ ଡିଏସ୍ପି, ୭ ଜଣ ଇନ୍ସପେକ୍ଟର, ୯ ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଏବଂ ରାୟଗଡା ଜିଲ୍ଲାରେ ତାଙ୍କ ନିମ୍ନଲିଖିତ ୯ଟି ସ୍ଥାନରେ ଏକକାଳୀନ ଘର ତଲାସ କରାଯାଉଛି।